November 12, 2025
Home » କ୍ଳଷ୍ଟର୍ ସ୍ତରୀୟ ସୁରଭି-୨୦୨୫ ସମାହିତ !

କ୍ଳଷ୍ଟର୍ ସ୍ତରୀୟ ସୁରଭି-୨୦୨୫ ସମାହିତ !

0
WhatsApp Image 2025-10-26 at 5.32.38 AM

 

ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା କ୍ଳଷ୍ଟର୍ ସ୍ତରୀୟ ସୁରଭି-୨୦୨୫ ସମାହିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନ ର ସମ୍ମିଳନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁରଭି -୨୦୨୫ ଶନିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କୃତ୍ତିତ୍ଵ ଅର୍ଜନ କରିଥିବା ଛତ୍ରପୁର ସହରାଞ୍ଚଳ ଅଧିନରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ତରଫରୁ ସାଂସ୍କୃତିକ ଦଳ / ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏକକୀ ଏବଂ ଗୋଷ୍ଠୀ ଗତ ଭାବେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃତ୍ତିତ୍ଵ ଅର୍ଜନ କରିଥିବା ସାଂସ୍କୃତିକ ଦଳ କୃତ୍ତି ବିଦ୍ୟାର୍ଥୀ ଙ୍କୁ ତଥା ଛାତ୍ରଛାତ୍ରୀ ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟପକ୍ଷରୁ ପୁରସ୍କାର ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।ଅନସ୍ଲୋ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଏ.ବି.ଇ.ଓ. ଶ୍ରୀମତୀ ସଂଯୁକ୍ତା ରଥ, ଏବଂ ନମିତା ରାଉତ ପ୍ରମୁଖ ମଞ୍ଚାସୀନ ହୋଇ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରି ଉତ୍ସାହିତ କରିଥିଲେ । ପ୍ରଥମସ୍ଥାନ କୁ କୃତ୍ତିତ୍ଵ ଅର୍ଜନ କରିଥିବା ଦଳ ତଥା ଛାତ୍ରଛାତ୍ରୀ ଆଗାମୀ ଦିନରେ ହେବାକୁ ଥିବା ବ୍ଳକ୍ ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମକୁ ମନୋନୀତ ହୋଇଛନ୍ତି ବୋଲି ଘୋଷିତ ହୋଇଛନ୍ତି ।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *