October 24, 2025
Home » କ୍ଷୀର ଅପମିଶ୍ରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ:ହୋଟେଲ ମାଲିକ ସହ ୨ ଗିରଫ

କ୍ଷୀର ଅପମିଶ୍ରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ:ହୋଟେଲ ମାଲିକ ସହ ୨ ଗିରଫ

0
WhatsApp Image 2025-09-13 at 11.05.44 PM

। ଆଠଗଡ :  ୫୫ ନମ୍ବର ଜାତୀୟ ରାଜପଥ କଡରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷପଙ୍ଗି ନିକଟରେ ଏକ ହୋଟେଲ ପଛ ପାର୍ଶ୍ଵରେ ଗତ ୧୦ ତାରିଖ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।। ଘଟଣା ଦିନ ବିଳମ୍ବିତ ରାତ୍ରରେ କ୍ଷୀର ଅପ ମିଶ୍ରିତ ହେଉଥିବା ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍। ଘଟଣା ସ୍ଥଳରୁ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ | ଏହି ଘଟଣାରେ କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡି ସମେତ କ୍ଷୀର ଅପମିଶ୍ରଣ ରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ପୋଲିସ | ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରିତ ଚାଲିଥିବା ନେଇ ସତର୍କ ନଜର ରଖିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ଡିଟରଜେଣ୍ଟ ପାଉଡର ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା। ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକ ର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି | ତେବେ ତଦନ୍ତ ଶେଷ ପରେ ଗୁରୁଡିଝାଟିଆ ପୋଲିସ ଘଟଣା ର ପର୍ଦ୍ଦାଫାଶ କରି ହୋଟେଲ ମାଲିକ ଚୌଦ୍ଵାର ନୂଆପାଟଣା ଗ୍ରାମର ପ୍ରକାଶ ଖୁଣ୍ଟିଆ, କୋଲକୋତାର ସୁଧୀର ତିୱାରୀ କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ପ୍ରାୟ ୫ ମାସ ହେଲା ଏଠାରେ ରାତିରେ ଟ୍ୟାଙ୍କର ରୁ କ୍ଷୀର ବାହାର କରି ସମପରିମାଣରେ କେମିକାଲ ପାଉଡର,ଦିତର୍ଜେଣ୍ଟ ପାଉଡର ଓ ପାଣି ମିଶାଇ କ୍ଷୀର ଅପମିଶ୍ରଣ କରାଯାଉଥିଲା। ଦୈନିକ ପ୍ରାୟ ୧୦ ହଜାର କ୍ଷୀର ଏଠାରେ ଅପ ମିଶ୍ରଣ କରାଯାଇ ଆଖପାଖ ଅଞ୍ଚଳ ରେ ବିକ୍ରି କରାଯାଉଥିଲା। ପୋଲିସ ଅପମିଶ୍ରିତ କ୍ଷୀର ର ନମୁନା ପରୀକ୍ଷା ପାଇଁ ପଠାଇଛି।ରିପୋର୍ଟ ଆସିଲେ କେଉଁ କେଉଁ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଇ କ୍ଷୀର ଅପମିଶ୍ରଣ କରାଯାଉଥିଲା ତାହା ଜଣାପଡ଼ିବ।ତେବେ ଏହି ଅପମିଶ୍ରଣ ଦୀର୍ଘ ଦିନ ହେଲା ଚାଲୁଥିଲେ ମଧ୍ୟ କିଭଳି ପୋଲିସ ଏହାର ସୁରାକ ପାଇଲା ନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଘଟଣା ରେ କିଛି ପ୍ରଭାବଶାଳୀ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିବାରୁ ଟିକିନିଖି ବିବରଣୀ ଦେବାକୁ ଗୁରୁଡିଝାଟିଆ ଥାନା ଆଇଆଇସି ତପନ ପତି ମନା କରିଥିଲେ।

Leave a Reply

Your email address will not be published. Required fields are marked *