November 21, 2025
Home » କ୍ୟୁରି ଡେକାମାଇଲ୍‌ଷ୍ଟୋନ୍‌ ସେଲିବ୍ରେସନ୍‌

କ୍ୟୁରି ଡେକାମାଇଲ୍‌ଷ୍ଟୋନ୍‌ ସେଲିବ୍ରେସନ୍‌

0
WhatsApp Image 2025-11-18 at 4.21.12 PM (2)

 

ଛତ୍ରପୁର: ବୈକୃଣ୍ଠନଗର ବ୍ରହ୍ମପୁର ସ୍ଥିତ କ୍ୟୁରି ଫିଜିଓଥେରାପି ଏବଂ ପୁନର୍ବାସ କେନ୍ଦ୍ର ତରଫରୁ “କ୍ୟୁରି ଡେକାମାଇଲ୍‌ଷ୍ଟୋନ୍‌ ସେଲିବ୍ରେସନ୍‌” ନାମକ ଏକ ୧୦ ବର୍ଷ ପୂର୍ତ୍ତି ଉପଲକ୍ଷରେ ରବିବାର ତା :-୧୬ ନଭେମ୍ବର ୨୦୨୫ ସ୍ଥାନ: ସାଇ ଚନ୍ଦନ ସେବା ସଦନ ହଲ୍‌ ଠାରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଅସ୍ଥି ଶଲ୍ୟ ବିଶେଷଜ୍ଞ ଡା. ଶଙ୍କର୍ଷଣ ପାତ୍ର ଅସ୍ତ୍ରପ୍ରଚାର ପରବର୍ତୀ ସମୟର ଜଟିଳତା କୁ ଫିଜିଓଥେରାପି ମାଧ୍ୟମରେ କିପରି ଉପଚାର କରାଯାଇ ପାରିବ କହିଥିଲେ ।

ଶିଶୁ ବିଶେଷଜ୍ଞ ଡା. ବିଜୟ ପାଣିଗ୍ରାହୀ କୌଣସି ଶିଶୁ ଜନ୍ମଗତ କାରଣରୁ କିଛି ଅସୁବିଧାର ଶିକାର ହୁଏ, ଯଦି ପ୍ରାରମ୍ଭିକ ଚିକିତ୍ସା ଭାବେ ଆମେ ଫିଜିଓଥେରାପି କିମ୍ବା ଅଟିଜମ୍‌ ପୀଡ଼ିତ ଶିଶୁଙ୍କ ପାଇଁ ବୃତ୍ତିଭିତ୍ତିକ ଥେରାପି ବା ଅକ୍ୟୁପେସନାଲ୍ ଥେରାପି, ସ୍ପିଚ ଥେରାପି ଦ୍ୱାରା ଚିକିତ୍ସା କରିପାରିବା ତାହା ହେଲେ ସାମାଜିକ ମୁଖ୍ୟ ସ୍ରତରେ ସାମିଲ କରିପାରିବା କହିଥିଲେ । ଶିଶୁ ବିଶେଷଜ୍ଞ ଡା. ସରୋଜ ଶେଖର ରଥ ମୋବାଇଲ ଏବଂ ସୋସିଆଲ ମେଡିଆ ର ବହୁଳ ବ୍ୟବହାର ଏବଂ ପିତା ମାତା ମାନେ ନିଜେ ଓ ନିଜ ଛୁଆ ଙ୍କୁ ଏଥିରୁ କିପରି ନିବୃତ ରଖିବେ ସେ ବିଷୟ ରେ କହିଥିଲେ । ନ୍ୟୁରୋ ସର୍ଜନ ଡା. ପରେଶ କୁମାର ଗୌଡ଼ ଏବଂ ଶିଶୁ ବିଶେଷଜ୍ଞ ଡା. ସତ୍ୟପ୍ରିୟ ସାହୁ ଉପସ୍ଥିତ ଥିବା ସମସ୍ତଙ୍କୁ ଅନେକ ବହୁମୂଲ୍ୟ ବାର୍ତା ଜଣାଇଥିଲେ। କେନ୍ଦ୍ରର ମ୍ୟାନେଜିଂ ଡାଇରେକ୍ଟର ଡା. ସ୍ମୃତିରେଖା ମହାପାତ୍ର ମା ମାନଙ୍କୁ ନିଜ ଶିଶୁଙ୍କ ପ୍ରତି କିପରି ଯତ୍ନ ନେବେ ସେ ବିଶେଷରେ ପରାମର୍ଶ ଦେଇଥିଲେ ।

ସେଠାରେ ଅନେକ କୁନି କଳାକାର ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଶିଶୁମାନଙ୍କର ଫ୍ୟାନ୍ସି ଡ୍ରେସ୍ ପ୍ରଦର୍ଶନ, ସମ୍ମାନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ଓ ବିଭିନ୍ନ ମନୋରଞ୍ଜନାତ୍ମକ କ୍ରିୟାକଳାପ ଆୟୋଜିତ ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଲା। କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ସାହୁ, ସୁଚିତ୍ର ସାହୁ, ଡା. ମୋନିଷା ମହାପାତ୍ର, ଡ଼. ସୁଚିସ୍ମିତା ସାହୁ ଏବଂ ଡ଼. ଅପୂର୍ବା ଏବଂ ଅନ୍ୟାନ୍ୟ ପ୍ରମୁଖ କର୍ମୀ ମାନଙ୍କ ସମନ୍ୱୟରେ ସଫଳଭାବେ ପରିଚାଳିତ କରାଯାଇଥିଲା।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *