July 6, 2025
Home » ଖଡି ଛୁଆଁରୁ 2020 ଶିକ୍ଷାନୀତି ଅନୁସୃତ ହେବା ଉଚିତ

ଖଡି ଛୁଆଁରୁ 2020 ଶିକ୍ଷାନୀତି ଅନୁସୃତ ହେବା ଉଚିତ

0
WhatsApp Image 2025-04-02 at 3.20.39 PM

l
କେନ୍ଦ୍ର ସରକାରଙ୍କ 2020 ଶିକ୍ଷାନୀତି ଆଜି (02.04.2025) ଠାରୁ ଲାଗୁ ହୋଇଛି I ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ବିଦ୍ୟାଳୟରେ ପାଞ୍ଚବର୍ଷ ବୟସ୍କ ଶିଶୁମାନଙ୍କର ଖଡିଛୁଆଁ ପର୍ବ ଏକ ଉତ୍ସବ ଭାବେ ପାଳିତ ହୋଇଯାଇଛି I ଏହି ଶୁଭ ଅବସରରେ ପି.ଏମ୍.ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ, ସୁବର୍ଣ୍ଣପୁରରେ ମଧ୍ୟ ଏହି ଖଡିଛୁଆଁ ଉତ୍ସବ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ତଥା ପୁରାତନ ଛାତ୍ର ସଂଘର ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଏବଂ ଶିକ୍ଷାବିଦ୍ ବ୍ରଜମୋହନ ଦାନୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖଡିଛୁଆଁରୁ 2020 ଶିକ୍ଷାନୀତି ଅନୁସୃତ ହେବା ଉଚିତ ବୋଲି ଉଭୟ ମତବ୍ୟକ୍ତ କରିଥିଲେ I ଅର୍ଥାତ୍ କେନ୍ଦ୍ର ସରକାରଙ୍କ 2020 ଶିକ୍ଷାନୀତି ମତେ ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ କରାଯିବା ଉଚିତ୍ I ସେହି ଦୃଷ୍ଟିରୁ ପଶ୍ଚିମ ଓଡିଶାର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷା କୋଶଲି / ସମ୍ବଲପୁରୀ ଭାଷାରେ ସେମାନଙ୍କୁ ଶିକ୍ଷା ଦିଆଯିବା ଉଚିତ ବୋଲି ସେମାନେ ଯୁକ୍ତି କରିଥିଲେ I ଏହା ନ ହେବା ଦ୍ବାରା ଏହି ବିରାଟ ଅଂଚଳର ଶିଶୁମାନଙ୍କ ବୌଦ୍ଧିକ ବିକାଶ ଘୋର ବାଧାପ୍ରାପ୍ତ ହେବାସହ ସେମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି ଏବଂ ନିରାଶଭାବର ବଶବର୍ତ୍ତୀ ହୋଇ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି I ଏହା ଏ ଅଂଚଳର ବିକାଶ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ I ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶୀଷ ରଂଜନ ରଥ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଦେଇଥିଲେ I ବରିଷ୍ଠ ଶିକ୍ଷୟିତ୍ରୀ ଅନୁଲିତା ମିଶ୍ର ସଭାର ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଜଲିତା ମିଶ୍ର ଧନ୍ୟବାଦ ଦେଇଥିଲେ I ଶିଶୁଛାତ୍ର ପିୟୁଷ ବାରିକ, ସ୍ବପ୍ନେଶ୍ବର ସାହୁ ଓ ମହମ୍ମଦ ସମସେର ଏହି ଖଡିଛୁଆଁ ଉତ୍ସବରେ ଅଂଶଗ୍ରହଣ କରି ଖଡି ଛୁଇଁଥିଲେ I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *