ଖଣିଜ ପଦାର୍ଥ ବେଆଇନ ଭାବରେ ଲୁଟ ହେଉଥିବା ଅଭିଯୋଗ l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳ ରେ ଥିବା ଖଣିଜ ପଦାର୍ଥ ବେଆଇନ ଲୁଟ ନେଇ ଗତକାଲି ବିରୋଧୀ ବିଜେଡି ଦଳ ର ଜିଲ୍ଲା ଉପ-ସଭାପତି ଏକ ସାମ୍ବାଦିକ ସମ୍ବିଳନୀ ରେ ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉ କି ବୀରମହାରାଜପୁର ବ୍ଲକ ମହାନଦୀ ତଟ ରେ ଥିବା ବେଳେ ମହାନଦୀ ରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ସହ ବୀରମହାରାଜପୁର ଉପାନ୍ତ ଅଞ୍ଚଳ ରୁ କିଛି ମୁଷ୍ଟି ମେୟ ବ୍ୟକ୍ତି ବେଧଡକ ଭାବରେ ଖଣିଜ ପଦାର୍ଥ ଲୁଟ କରୁଥିବା ବେଳେ ଖଣି ବିଭାଗ ଅଧିକାରୀ ଙ୍କ ଜାଣତ ରେ ଲୁଟ ହେଉଥିବା ଜିଲ୍ଲା ବିଜେଡି ଉପ ସଭାପତି କିଶୋର କୁମାର ହୋତା ଅଭିଯୋଗ କରିଛନ୍ତି ଏବଂ ଏହି ଖଣିଜ ପଦାର୍ଥ ଲୁଟ ରେ ସହଯୋଗ କରୁଥିବା ଖଣି ଅଧିକାରୀ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ୱାଦିକ ସମ୍ବିଳନୀ ମାଧ୍ୟମରେ ସରକାର ଙ୍କ ଠାରେ ଦାବି କରିଛନ୍ତି l ସୂଚନା ଥାଉ କି ଗତ ୨୪ ବର୍ଷ ବିଜେଡି ସରକାର ସମୟ ରେ ତତ୍କାଳୀନ ସ୍ଥାନୀୟ ବିଧାୟକ ଙ୍କ ଛତ୍ର ଛାୟା ତଳେ ରହି ମହାନଦୀ ରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉପାନ୍ତ ଅଞ୍ଚଳ ରୁ ବେଆଇନ ଭାବେ ଖଣି ଲୁଟ ହେଉଥିବା ନେଇ ବାରମ୍ବାର ବିଭିନ୍ନ ଗଣ ମଧ୍ୟମ ରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ଦୃଷ୍ଟି ଦେଇ ନ ଥିଲେ l ରାଜ୍ୟ ରେ ବର୍ତ୍ତମାନ ନୂତନ ସରକାର ଗଠନ ହେବା ପରେ ଖଣିଜ ପଥର ଲୁଟ କୁ ବନ୍ଦ କରିବା ସହିତ ବେଆଇନ ଲୁଟ କରୁଥିବା ଖଣି ରେ ଚଢାଉ କରି କିଛି ମେସିନ ଓ ଗାଡ଼ି କୁ ଖଣି ବିଭାଗ ର ଜବତ୍ ପରେ ବିଜେଡି ଦଳ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖାଯାଇଛି l ଏ ନେଇ ଦଳ ତରଫ ରୁ ଏକ ସାମ୍ବାଦିକ ସମ୍ବିଳନୀ ରେ ଡବଲ ଇଞ୍ଜିନ ସରକାର ର ମୁଖ୍ୟମନ୍ତ୍ରୀ ସମସ୍ତ ଦୁର୍ନୀତି କୁ ବନ୍ଦ ନେଇ ଗଣମାଧ୍ୟମ ରେ ଦେଉଥିବା ବିବୃତି ର କିଛି ମାନେ ନ ଥିବା କହିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ବୀରମହାରାଜପୁର ଅଞ୍ଚଳ ରେ ଥିବା ଖଣିଜ ପଦାର୍ଥ ଲୁଟ କୁ ବନ୍ଦ କରିବାକୁ ଦାବି କରିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର