October 22, 2024
Home » ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ଗସ୍ତ

ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ଗସ୍ତ

0

ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଙ୍ଗଳବାର ବ୍ରହ୍ମପୁର ଗସ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ବ୍ରହ୍ମପୁରର ପରିବହନ ବିଭାଗର କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ପରେ ଗେଟ୍ ବଜାର ଛକ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ ସ୍ଵାଗତ କରାଯାଇଥିଲା । ଏନେଇ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଠାରେ “ମା’ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗଛ ଲଗାଇଥିଲେ ।

 

ପରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, କର୍ପୋରେଟର ସବିତା ସାହୁ, ବରିଷ୍ଠ ଆଇନଜୀବି ପିତବାସ ପଣ୍ଡା, ପ୍ରଭାତ କିରଣ ଷଡ଼ଙ୍ଗୀ, ସିଦ୍ଧାନ୍ତ ଗଙ୍ଗଦେବ, ରାମ କୁମାର ପାତ୍ର, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଏଲ୍ ମହୋନ ଦାସ, ଅନୁପ ପଣ୍ଡା, ବର୍ଷା ବିଦ୍ୟୁସ୍ମିତା ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

 

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *