ଖଣ୍ଡଦେଉଳି କଲେଜ୍ ରେ ବିଶ୍ୱ ଏଡସ୍ ସଚେତନତା ଦିବସ ପାଳିତ

ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡସ୍ ସଚେତନତା ଦିବସ ପାଳିତ ହୋଇଯାଇଛି । ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ମାଧ୍ଯମରେ ଖଣ୍ଡଦେଉଳି ଗ୍ରାମ ପରିଭ୍ରମଣ କରି ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରିଥିଲେ ।ଡିସେମ୍ୱର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ୨୦୨୪ ଉପଲକ୍ଷେ କଲେଜ୍ ପରିସରରେ ଏଡସ୍ ଦିବସ ପାଳନ କରାଯାଇଛି। କଲେଜ୍ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଏଡସର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୋମ୍ୟ ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହ ଅନ୍ୟାନ୍ୟ ସହକର୍ମୀ ତଥା ଆୟୁର୍ବେଦିକ ଡାକ୍ତର ସାଗରିକା ପ୍ରଧାନ, ପଙ୍କଜିନୀ ରଥ ଏଲ୍.ଏଚ.ବି. ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ଏଡସ୍ ରୋଗ ର କାରଣ, ନିରାକରଣ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇ ସର୍ବଦା ସଜାଗ ଓ ସଚେତନତା କରାଇଥିଲେ । ଏଥିରେ କଲେଜର ଇତିହାସ ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଆନନ୍ଦ କୁମାର ଗୌଡ଼, ରାଜନୀତି ବିଭାଗର ବରିଷ୍ଠ ଲିଙ୍ଗରାଜ ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସଭା ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )