ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ
ରାୟଗଡ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକା ସମୟରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ଦାଶରଥି ସୋରେନ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ରାୟଗଡା, ଶ୍ରୀ ସୀତାପତି କରୁଣାକାର ମାଝୀ, ଉପନିବନ୍ଧକ, ସମବାୟ ସମିତି ସମୂହ, ରାୟଗଡା, ଶ୍ରୀ ବାଲାଗାଡି ତିରୁପତି, କେସିସି ବେଙ୍କ ନିର୍ଦ୍ଦେଶକ ଓ ଶ୍ରୀ କେ. ଏସ ରାଜୁ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ରାୟଗଡା ଉପସ୍ଥିତ ଥିଲେ । ଏହି ସମାରୋହରେ ମଧ୍ୟ ସମ୍ପୃକ୍ତ ଭିଭାଗୀୟ ଅଧିକାରୀ ବୃନ୍ଦ, ଚାଷୀ ଏବଂ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ ।
ଏହି ଶୁଭାରମ୍ଭ କାର୍ଯକ୍ରମ ଅବସରରେ ଚାଷୀ ମାନଙ୍କୁ ଏଫ୍ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣି ବିକ୍ରି କରିବା ସହିତ ସରକାରଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ @ ୨୩୦୦ ଟଙ୍କ। କୁଇଣ୍ଟାଲ ପ୍ରତି ଏବଂ ଇନପୁଟ୍ ସହାୟତା @ ୮୦୦ ଟଙ୍କ। (ସର୍ବମୋଟ @୩୧୦୦ ଟଙ୍କ। କୁଇଣ୍ଟାଲ ପ୍ରତି)ର ଲାଭ ଉଠେଇବା ପାଇଁ ସଚେତନ କରାଗଲା । ଖରିଫ ଋତୁ ନିମନ୍ତେ ଆଜି ମଙ୍ଗଳବାର ଦିନ ରାୟଗଡ଼ା, କେଶିଂପୂର୍,କାଶିପୁର, କୋଲନରା ବ୍ଲକରେ ମୋଟ ୧୩ ଗୋଟି ମଣ୍ଡି ଖୋଲିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ମଣ୍ଡି ଉଦଘାଟନୀ ସ୍ଥଳରେ ଉପସ୍ଥିତ ଚାଷୀଙ୍କୁ ଧାନ ବିକ୍ରୟ ବେଳେ ଠକ ଦଲାଲର ଶିକାର ନ ହୁଅନ୍ତୁ, ସହାୟକ ମୂଲ୍ୟ ଠାରୁ କମ୍ ଦରରେ ଧାନ କିଣିବା ଏକ ଧର୍ଭବ୍ୟ ଅପରାଧ ବୋଲି ସଚେତନ କରାଯାଇଥିଲା । ନିଜ ଧାନକୁ ସୁବିଧା ଏବଂ ଉଚିତ୍ ମୂଲ୍ୟରେ ବିକ୍ରୟ କରିବା ପାଇଁ କେବଳ ଶୁଖିଲା ଏବଂପରିଷ୍କାର (F.A.Q.) ମାନର ଧାନ ବିକ୍ରୟ କେନ୍ଦ୍ରକୁ ଆଣିବା, ନିମ୍ନମାନର ଧାନ କ୍ରୟ କରାଯିବ ନାହିଁ କିମ୍ବା ସରକାରଙ୍କ ସହାୟକ ମୂଲ୍ୟ ଲାଗୁହେବ ନାହିଁ ବୋଲି ମଣ୍ଡି ସଭାରେ ଆଲୋଚନା ହୋଇଥିଲା । ଏହି ଅବସରରେ ଗୁଣ ଓ ମାନକୁ ନେଇ ସରକାର ଉନ୍ନତ ମାନର କିସମ ମୂଲ୍ୟ ଯଥା ସାଧାରଣ କିସମ ଧାନ କୁଇଣ୍ଟାଲ୍ ପିଛା ୨୩୦୦.୦୦ ଟଙ୍କା, ଗ୍ରେଡ୍ ଏ କିସମ ଧାନ କୁଇଣ୍ଟାଲ୍ ପିଛା ୨୩୨୦.୦୦ ଟଙ୍କା ହିସାବରେ ନିର୍ଦ୍ଧାରିତ କରିଛନ୍ତି ।
ଜିଲ୍ଲାରେ ୨୧୦୦୦ ପଂଜିକୃତ ଚାଷୀ ରହିଥିବା ବେଳେ ଆଜି ରାୟଗଡ଼ା ସମେତ ଥେରୁବାଲି, ବଡଗୁଡ଼ା, ଜିମିଦିପେଟା, କଲ୍ୟାଣସିଂପୁର ମୋଟ ପାଞ୍ଚଟି ସ୍ଥାନରେ ମଣ୍ଡି ଶୁଭ ଉଦଘାଟନ ହୋଇଥିବାବେଳେ ବହୁତ କମ୍ ଚାଷୀ ମଣ୍ଡିରେ ଯୋଗ ଦେଇଥିବା ବେଳେ କିଛି ଜାଗାରେ ଏଫ୍ଏକ୍ୟୁ ନେଇ ଓ ଟକେନ୍ ପ୍ରଦାନ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆରଏମସି ସମ୍ପାଦକ ଶ୍ରୀ ରାଜୁ କହିଛନ୍ତି ଯେ ଟକେନ୍ ମହଯୁଦ ଅଛି କିନ୍ତୁ, ଧାନ ପ୍ରସ୍ତୁତ ହୋଇନାହିଁ।
କିନ୍ତୁ ,ଜିଲ୍ଲା ପ୍ରଶାସନ ଦ୍ବାରା ଚାଷୀମାନଙ୍କ ବିନା ସୂଚନାରେ ମଣ୍ଡି ଆରମ୍ଭ ହୋଇଥିଲା ଏବଂ ଆସନ୍ତାକାଲି ୧୮ ତାରିଖ ଟୋକେନ ତାରିଖ ଥିବା ବେଳେ ଆସନ୍ତାକାଲି କେହି ଅଧିକାରୀ ନଥିବେ । ବର୍ତ୍ତମାନ ପାଣିପାଗ ଅନୁସାରେ ଏଫ୍ଏକ୍ୟୁ ମାନର ଧାନ କିପରି ମଣ୍ଡିରେ ନିରୂପଣ କରିବେ ବୋଲି ଚାଷୀ ପ୍ରଶ୍ନ କରିବା ସହ ପୂର୍ବ ଭଳି ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଉପସ୍ଥିତ ଥିବା ଚାଷୀମାନେ କହିଥିଲେ । ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ୧୫ ଜଣ ଉପସ୍ଥିତ ଥିଲେ । ଅପରପକ୍ଷରେ ପଂଜିକୃତ ଚାଷୀଙ୍କ ଟକେନ୍ ପ୍ରଦାନ ସମ୍ପୂର୍ଣ୍ଣ ହୋଇନଥିବା କୋହିଥିଲେ ଆରଏମସି ସମ୍ପାଦକ କହିଛନ୍ତି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ