March 22, 2026
Home » ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ରେ ମାଲାବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ।

ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ରେ ମାଲାବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ।

0
WhatsApp Image 2026-03-21 at 12.18.27 PM

ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ରେ ମାଲାବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଗଣେଶ ହଲ ଠାରେ ଏକ ଭବ୍ୟ ସମାରୋହ ର ଆୟୋଜନ ହୋଇଥିଲା।ମାଲାବାର ଗ୍ରୁପ୍ ପକ୍ଷରୁ ପ୍ରଦତ୍ତ ଏହି ବୃତ୍ତି ନିମନ୍ତେ ୪୦୦ ଆବେଦନକାରୀଙ୍କ ମଧ୍ୟରୁ ମୋଟ ୧୬୪ଜଣ ଙ୍କୁ ପରୀକ୍ଷା ମାର୍କ ଆଧାର ରେ ମନୋନୀତ କରାଯାଇଥିଲା।୧୦୦୦୦, ୮୦୦୦ଓ ୬୦୦୦ ଟଙ୍କା ତିନୋଟି ବର୍ଗର ବୃତ୍ତି ପ୍ରଦାନ କରାଯାଇଥିଲା। ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷା ରାଣୀ ରଥ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମାଲାବାର ଚାରିଟେବୁଲ ଟ୍ରଷ୍ଟ ର ଏହି ପ୍ରୟାସ କୁ ଭୂୟସୀ ପ୍ରଂଶସା କରିଥିଲେ ଏବଂ ଭବିଷ୍ୟତ ରେ ଅଧିକ ଛାତ୍ରୀଙ୍କୁ ଏଥିରେ ସାମିଲ କରିବାପାଇଁ କହିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ କାର୍ଯକ୍ରମ ସୂଚନା ଦେଇ ଛାତ୍ରୀମାନେ ଲବ୍ଧ ବୃତ୍ତି କୁ କେବଳ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ କହିଥିଲେ। ମାଲାବାର ଗ୍ରୁପ୍ ର ରିଲେସନ ମ୍ୟାନେଜର ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଓ ସୋରୁମ ମ୍ୟାନେଜର ଶ୍ରୀ ୟୁ, ଶ୍ରୀନିବାସ ପାତ୍ର ଯୋଗଦେଇ କମ୍ପାନୀ ର ସାମାଜିକ ପ୍ରତିବଦ୍ଧ କାର୍ଯ୍ୟକ୍ରମ ସମ୍ପର୍କ ରେ କହିଥିଲେ। ଶେଷ ରେ ଡ. ଗୌତମ ସାବତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଭିଭାବକ ମାନେ ଯୋଗ ଦେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

 

brahmpur ru narasingh dakua nka report epa news

Leave a Reply

Your email address will not be published. Required fields are marked *