July 4, 2025
Home » ଖିଲାମୁଣ୍ଡା ମଣ୍ଡିରେ ଅବ୍ୟବସ୍ଥା ନେଇ ୩୨୬ ନମ୍ବର ଜାତୀୟ ରାଜରାସ୍ତା ଅବରୋଧ

ଖିଲାମୁଣ୍ଡା ମଣ୍ଡିରେ ଅବ୍ୟବସ୍ଥା ନେଇ ୩୨୬ ନମ୍ବର ଜାତୀୟ ରାଜରାସ୍ତା ଅବରୋଧ

0
WhatsApp Image 2025-01-21 at 2.22.55 PM

ମଣ୍ଡିରେ ଧାନ ଶୀଘ୍ର ବିକ୍ରି ଓ ଆଇ ସ୍କାନ୍ ହୋଇ ପାରୁ ନଥିବା ଅଭିଯୋଗ ରେ ଉତ୍ୟକ୍ତ ଚାଷୀ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳସ୍ୱରୁପ, ଦୀର୍ଘ ସମୟ ଧରି ଏନେହେଚର ଉଭୟପର୍ଶ୍ୱରେ ଅନେକ ଯାନବାହାନଗୁଡିକ ଅଟକି ରହି ସମ୍ପୂର୍ଣ୍ଣ ରୂପେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ମଣ୍ଡିରେ । ଖବର ପାଇ ଘଟଣାସ୍ଥଳରେ ପୋଲିସ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଗୁଣୁପୁର ବିଧାୟକ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବହୁ ବୁଝାଶୁଝା କରିବା ସତ୍ତ୍ୱେ ବୁଝି ନଥିଲେ ।
ସୂଚନା ମୁତାବକ ପଦ୍ମପୁର ବ୍ଲକର ଖିଲାମୁଣ୍ଡା ମଣ୍ଡିକୁ ଅଧିକ ଧାନ ଆସୁଥିବା ବେଳେ ଧାନ କମ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିବା ଯୋଗୁଁ ଚାଷୀମାନେ ଧାନ ବିକ୍ରି କରି ନପାରି ପ୍ରବଳ ଥଣ୍ଡା କାକରରେ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ଏଥିମଧ୍ୟରେ ଚାଷୀଙ୍କୁ ଦିଆଯାଇଥିବା ଟୋକନର ଅବଧି ସମାପ୍ତ ହେବାକୁ ଯାଉଛି । ତେଣୁ ଖିଲାମୁଣ୍ଡା ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଅଧିକ ଟାର୍ଗେଟ ଦିଆ ଯିବା ପାଇଁ ଚାଷୀ ପ୍ରତିଶ୍ରୁତି ମାଗିଥିଲେ । ଏହା ପରେ ଅଧିକ ଟାର୍ଗେଟ ଦିଆଯିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଚାଷୀମାନେ ଆନ୍ଦୋଳନ କରୁଥିବା ରାଜରାସ୍ତାରୁ ହଟିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *