ଖେମୁଣ୍ଡି ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ଡ. ପୁଷ୍ପଲତା ସାହୁଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଖେମୁଣ୍ଡି ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟା ଡ. ପୁଷ୍ପଲତା ସାହୁଙ୍କୁ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏହି ଅବସରରେ ଆଜି ମଧ୍ୟାହ୍ନରେ ଏକ ଭବ୍ୟ ବାତାବରଣ ମଧ୍ୟରେ ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ପ୍ରକୋଷ୍ଠରେ ଆୟୋଜିତ ଉତ୍ସବରେ ପ୍ରଶସ୍ତିପତ୍ର, ଉପଢୌକନ, ଉପହାର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ଅଧ୍ୟାପିକା ଡ. ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅସିତ୍ କୁମାର ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟଅତିଥି, ଆଞ୍ଚଳିକ ଉଚ୍ଚଶିକ୍ଷା ଉପ-ନିର୍ଦ୍ଦେଶକ ଡ. କୁଳମଣି ଓଝା ମୁଖ୍ୟବକ୍ତା, ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପକ ଡ. ରମେଶ ଚନ୍ଦ୍ର ପ୍ରଧାନ ଓ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅଧ୍ୟାପିକା ପୁଷ୍ପଲତାଙ୍କ ଅଧ୍ୟାପନା ଜୀବନର ସଫଳତା ଓ ସାମାଜିକ ଜୀବନର ଆଦର୍ଶ ତଥା ସହଯୋଗିତା ସଂପର୍କରେ ଆଲୋକପାତ କରିବା ସହ ସୁଖଶାନ୍ତିପ୍ରଦ, କର୍ମତତ୍ପର, ନୀରୋଗ, ନିରାମୟ ଉତ୍ତରାର୍ଦ୍ଧ ଜୀବନ କାମନା କରିଥିଲେ l
ପ୍ରାରମ୍ଭରେ ଷ୍ଟାଫ୍ ଆସୋସିଏସନ୍ ସଂପାଦକ ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଓଡ଼ିଆ ଅଧ୍ୟାପକ ଭାରତୀ ଭୂଷଣ ମହାରଣା, ପ୍ରାଣୀବିଜ୍ଞାନ ଅଧ୍ୟାପକ ଆରତୀ ପାତ୍ର, ରାଜନୀତି ବିଜ୍ଞାନ ଅଧ୍ୟାପକ ଅନୀତା ପାଣି, ଇଂରାଜୀ ଅଧ୍ୟାପକ ହର୍ଷ ରଥ, ଅର୍ଥନୀତି ଅଧ୍ୟାପକ ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରାଣୀବିଜ୍ଞାନ ଡେମୋନଷ୍ଟ୍ରେଟର୍ ମାନସ କୁମାର ସାହୁ ଓ ପି. ରାଜୁବାବୁ ଦୋରା ପ୍ରମୁଖ ବିଦାୟୀ ଅଧ୍ୟାପିକାଙ୍କ କୃତିତ୍ୱ ବିଷୟରେ ବର୍ଣ୍ଣନା କରିବା ସଂଗେ ସଂଗେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ l ଶେଷରେ ଅଧ୍ୟାପକ ହିମାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l