ଖୋଜିଲେ ମିଳୁନି ଦାଣ୍ଡି କିଆରୀ ପୋଖରୀ!କାର୍ଯ୍ୟ ନ ହୋଇ ଚାଲିଛି ବିଲ,
ଢେଙ୍କାନାଳ ଜିଲ୍ଲା -କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକକୁ ଆକାଂକ୍ଷି ବ୍ଲକ ଭାବେ ମନୋନୀତ କରାଯାଇ ଅନ୍ୟ ବିକଶିତ ଅଞ୍ଚଳ ଭଳି ବିକାଶ କ୍ଷେତ୍ରରେ ଆଗେଇ ନେବାପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଯୋଜନା ବାଟବଣା ହେଉଛି।କିଛି ଦିନ ତଳେ କଙ୍କଡ଼ାହାଡ଼ ବ୍ଲକ ଗୃହ ଠାରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ନିଜେ କହିଥିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହଁ କିନ୍ତୁ କିଛି ଦିନ ନ ଯାଉଣୁ ଖୋଦ ନିଜ ବ୍ଲକ ତଥା ବିଜେପି ସମର୍ଥିତ ଗଡ଼ପଳାଶୁଣୀ ଗ୍ରାମ ପଂଚାୟତ ର ସରପଞ୍ଚଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ କେମିତି ପୋଖରୀ ନ ଥାଇ ପୋଖରୀ ପୁନଃରୁଦ୍ଧାର କରାଯାଇ ବିଲ ହୋଇଛି! ବିଧାୟକଙ୍କ କଥା ଏବେ ପାଲଟିଛି ପାଣିରଗାର ସଦୃଶ।ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଜରଡ଼ା ଗାଁ ରେ କୌଣସି ପୋଖରୀ ନ ଥାଇ ହୋଇଥିବା ବିଲ ସମ୍ପୂର୍ଣ ବେଆଇନି ଭାବେ ହୋଇଛି ବୋଲି ଅଭିଯୋଗ ହେଉଅଛି। ସୂଚନା ମୁତାବକ ଜରଡ଼ା ଗ୍ରାମରେ ଥିବା ପାହାଡ ପାଦ ଦେଶରେ ଏକ ଜାଗାକୁ ସାମାନ୍ୟ ହୋଡା ଟେକି ଦେଇ ଦାଣ୍ଡି କିଆରୀ ପୋଖରୀକୁ ପୁନଃରୁଦ୍ଧାର ଦର୍ଶାଇ ମିଥ୍ୟା ବିଲ ଜରଡ଼ା ଗ୍ରାମରେ ଥିବା ଦାଣ୍ଡି କିଆରୀ ପୂଖରୀ ମନରେଗାର ଅଫିସିଆଲ ୱେବସାଇଟର ତଥ୍ୟ ଅନୁଯାୟୀ ଯାହାର ୱାର୍କ କୋଡ଼ -2407005008/WH/10950787) ପାଇଁ ୩୨୨୧୪ ହଜାର ଟଙ୍କା ହଡପ ଅଭିଯୋଗ କରାଯାଉଛି!ତାହାକୁ ତଦନ୍ତ କଲେ ସତ୍ୟା ସତ୍ୟ ଜଣା ପଡିବ ବୋଲି ଗ୍ରାମବାସୀଦାବୀ କରିଛନ୍ତି! ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ଭିଜିଲାନ୍ସଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି।ସରକାରଙ୍କ ନିୟମ ଅନୁଯାଇ ଗାଁ ସାଥୀ ସମସ୍ତ ଶ୍ରମିକ ମାନଙ୍କର ଏନଏମ୍ଏମ୍ଏସ ଆପ ଜରିଆରେ ଫଟୋ ଉଠିଲା ପରେ ଉପସ୍ଥାନ ପଡିବା କଥା ତାପରେ ଉକ୍ତ ଶ୍ରମିକଙ୍କ ଉପସ୍ଥାନ ଅନୁଯାୟୀ ମୋଷ୍ଟର ରୋଲ ବାହାରିଲା ପରେ ପେମେଣ୍ଟ ଆସେ ହେଲେ ବିନା ପୋଖରୀରେ କେମିତି ପୋଖରୀ ପୁନଃରୁଦ୍ଧାର ହେଲା ପ୍ରଶ୍ନ ଉଠିବା ସହ ସନ୍ଧେହ ଘେରରେ ଗାଁ ସାଥୀ,ଏଡିଓଙ୍କ ଭୂମିକାଙ୍କୁ ନେଇ ସନ୍ଦେହ। ଯାହାକ୍ଷେତ୍ର ପରିଦର୍ଶନ ନ କରି କେମିତି ଏତେ ଟଙ୍କାର ବିଲ କରାଗଲା ଅନେକ ଦିଗକୁ ଇଙ୍ଗିତ କରୁଛି। ସେପଟେ ଏଡିଓ ପ୍ରତିକ୍ରିୟାରେ କହିଛନ୍ତି କମ ଟଙ୍କା ଛଡା ଯାଇଛି ବେଶୀ ଛଡା ଯାଇନାହିଁ। ଏପଟେ ଦୁର୍ନୀତିକୁ ସାହାଯ୍ୟ କରୁଛି ସରକାରୀ କର୍ମଚାରୀ ଓ ଦୁର୍ନୀତି ମୁକ୍ତ କଙ୍କଡ଼ାହାଡ଼ ନାରା ଦେଉଥିବା ଶ୍ରୀ ବିଧାୟକ ଆଗାମୀ ଦିନରେ କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ଦେଖିବା ସହ ଏଥିରେ କେଉଁ ଅଧିକାରୀ ମାନେ ସମ୍ପୃକ୍ତ ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ କଣ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ଗ୍ରାମ ବାସୀ ବିଧାୟକ ଏବଂ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।
