July 5, 2025
Home » ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

0
WhatsApp Image 2024-12-07 at 1.51.34 PM

ଖୋର୍ଦ୍ଧା-ଜଟଣୀ ୬ ଡିସେମ୍ବର ୨୦୨୪ :- ଭାରତରତ୍ନ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଖୋର୍ଦ୍ଧାରୋଡ଼ ରେଲ୍ ମଣ୍ଡଳ ଦ୍ୱାରା ମଣ୍ଡଳ କାର୍ଯ୍ୟାଳୟ ଠାରେ “ମହାପରିନିର୍ବାଣ” ଦିବସ ପାଳିତ ହୋଇଯାଇଛି।


ଏହି ଅବସରରେ ଶ୍ରୀ ଏଚ୍.ଏସ୍.ବାଜୱା, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଓ ରେଳ କର୍ମଚାରୀ ମାନେ ବାବା ସାହେବ ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମହାପରିନିର୍ବାଣ ଦିବସ ହେଉଛି “ଭାରତୀୟ ସମ୍ବିଧାନର ପିତା” ଡକ୍ଟର ବି.ଆର୍ ଆମ୍ବେଦକରଙ୍କୁ ସ୍ମରଣ କରିବାର ଦିନ, ଯିଏ’କି ଦେଶର ଅନ୍ୟତମ ସମାଜ ସଂସ୍କାରକ ଥିଲେ। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର ଏନ୍ ଏ ପରିଡ଼ା ପରିଚାଳନା କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *