July 4, 2025
Home » ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ“୬୯ ତମ ରେଳ ସେବା ପୁରସ୍କାର”ବିତରଣ ଉତ୍ସବ ଅନୁଷ୍ଠିତ।

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ“୬୯ ତମ ରେଳ ସେବା ପୁରସ୍କାର”ବିତରଣ ଉତ୍ସବ ଅନୁଷ୍ଠିତ।

0
WhatsApp Image 2025-03-30 at 1.42.32 PM (1)

ଖୋର୍ଦ୍ଧା-ଜଟଣୀ ୨୪ ମାର୍ଚ୍ଚ ୨୦୨୫:- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ,ରେତଙ୍ଗ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ,୬୯ ତମ ରେଳ ସେବା ପୁରସ୍କାର–୨୦୨୪, ବିତରଣ ଉତ୍ସବ ଆୟୋଜିତ କରାଯାଇ,ରେଳ କର୍ମଚାରୀ ମାନଙ୍କୁ ନିଷ୍ଠାପର ପ୍ରୟାସ ଏବଂ କଠିନ ପରିଶ୍ରମ ପାଇଁ ସମ୍ମାନିତ କରଯାଇଛି।

ଏହି ଉତ୍ସବରେ, ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ, ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପାଇଁ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ସମ୍ମାନିତ କରିଥିଲେ।

ପୁରସ୍କାର ବିଜେତା ମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ(ଇକ୍ରୋ) ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ ପି.କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଇନ୍ଫ୍ରା)ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ଉପସ୍ଥିତ ଥିଲେ।

ଏହି ଅବସରରେ ମଣ୍ତଳ ଅଧିକାରୀ ଶ୍ରୀ ଏଚ୍ ଏସ ବାଜ୍ଵା,ନିଜ ଅଭିଭାଷଣରେ, ସମସ୍ତ ପୁରସ୍କାର ବିଜେତାଙ୍କୁ, ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ,ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଏବଂ ପ୍ରଗତିଶୀଳ ମନୋଭାବ ପାଇଁ ଅଭିନନ୍ଦନ ଜଣାଇଥିଲେ।


ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୪ ରେ,ଖୋର୍ଦ୍ଧାରୋଡ ଡିଭିଜନ,ଛଅଟି ଦକ୍ଷତା ସିଲ୍ଡ ହାସଲ କରିଛି ବୋଲି ସେ କହିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ହୋଇଥିବା ସଫଳତାକୁ ଦୃଷ୍ଟିରେ ରଖି ସେ କହିଛନ୍ତି ଯେ,ମାଲ ପରିବହନରେ (ଲୋଡିଂ ଏବଂ ଅନଲୋଡିଂ) ଖୋର୍ଦ୍ଧାରୋଡ ଡିଭିଜନ୍,ଅନ୍ୟ ସମସ୍ତ ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ କରିଛି,ଏବଂ ମାଲ ବୋଝେଇ (ଲୋଡିଂ ଦୃଷ୍ଟିରୁ)ଭାରତୀୟ ରେଳବାଇରେ ଖୋର୍ଦ୍ଧାରୋଡ ମଣ୍ଡଳ ତୃତୀୟ ନମ୍ବରରେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀବାହୀ ଟ୍ରେନ୍ ସେବା ଏବଂ ସୁବିଧା ବ୍ୟତୀତ,୨୦୨୪-୨୦୨୫ରେ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ନୂତନ ଟ୍ରେନ୍ ପ୍ରଚଳନ କରାଯାଇଛି, ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନେକ ଷ୍ଟେସନର ପୁନଃବିକାଶ କରାଯାଇଛି,ଏବଂ ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।

ଏହି ପୁରସ୍କାର ବିତରଣ ସମାରୋହରେ, ମଣ୍ଡଳ ରେଳ ପ୍ରବନ୍ଧକ, ଉଲ୍ଲେଖନୀୟ ରେଳବାଇ ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ,ରେଳ ସେବା ପୁରସ୍କାର -୨୦୨୪ ପ୍ରଦାନ କରିଥିଲେ।

ଭାରତୀୟ ରେଳବାଇରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳକୁ ସର୍ବୋତ୍ତମ କରିବା ପାଇଁ,ସମାନ ଉତ୍ସର୍ଗୀକୃତ ତଥା ସହଯୋଗରେ କାର୍ଯ୍ୟ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।

ଏହି ଅବସରରେ ରେଳ କର୍ମଚାରୀ, ଶ୍ରୀଜନକୁଞ୍ଜ, ଉତ୍କଳପବ୍ଲିକ ସ୍କୁଲ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ ପିଲା ମାନଙ୍କ ଦ୍ୱାରା,ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପୁରସ୍କାର ବିତରଣ ସମାରୋହରେ ସମସ୍ତ ଶାଖା ଅଧିକାରୀ,ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ରେଳ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ଆର୍ ଏନ ଏ ପରିଡ଼ା, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *