July 1, 2025
Home » ଖୋର୍ଦ୍ଧାରୋଡ ମଣ୍ଡଳ କେବଳ ୨୬୭ ଦିନରେ ୧୦୦ ମିଲିୟନ୍ ଟନ୍ ର ମାଲ୍ ଅନଲୋଡିଂ ରେକର୍ଡ ହାସଲ କରିଛି।

ଖୋର୍ଦ୍ଧାରୋଡ ମଣ୍ଡଳ କେବଳ ୨୬୭ ଦିନରେ ୧୦୦ ମିଲିୟନ୍ ଟନ୍ ର ମାଲ୍ ଅନଲୋଡିଂ ରେକର୍ଡ ହାସଲ କରିଛି।

0
WhatsApp Image 2024-12-30 at 3.43.57 PM

ଖୋର୍ଦ୍ଧା-ଜଟଣୀ ୨୫ ଡିସେମ୍ବର ୨୦୨୪:- ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ମାତ୍ର ୨୬୭ ଦିନ ମଧ୍ୟରେ ୧୦୦ ମିଲିୟନ୍ ଟନ୍ (MT) ରେକର୍ଡ ମାଲ ପରିବହନ ଅନଲୋଡିଂ ହାସଲ କରି ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି,ଯାହାକି ଗତ ବର୍ଷ ସମାନ ଲକ୍ଷ୍ୟ ହାସଲ କରିବାକୁ ୨୭୯ ଦିନ ଲାଗିଥିଲା।

ଏହି ଉଲ୍ଲେଖନୀୟ ସଫଳତା କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଦକ୍ଷ ମାଲ ପରିବହନ ପରିଚାଳନା ପାଇଁ ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ଆଲୋକିତ କରେ।

ପାରାଦୀପ ଏବଂ ଧାମରା ସମେତ ପ୍ରମୁଖ ବନ୍ଦର ଗୁଡିକରେ,ଇସ୍ପାତ କାରଖାନା ଏବଂ ବିଭିନ୍ନ ଅନ୍ୟ ସାମଗ୍ରୀ ସାଇଡିଂ ପଏଣ୍ଟରେ ଏହି ମାଲ ଅନଲୋଡିଂ କରାଯାଇଥିଲା।

ଏହି ପ୍ରମୁଖ ଅବସ୍ଥାନ ଗୁଡିକରେ ଯୋଗାଣ କାର୍ଯ୍ୟକୁ ସୁନିଶ୍ଚିତ ଓ ସୁଗମ କରିବାରେ ଏବଂ ସମଗ୍ର ଅଞ୍ଚଳରେ ଶିଳ୍ପ ଗୁଡିକର ବଢୁଥିବା ଚାହିଦାକୁ ପୂରଣ କରିବାରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ ଏସ୍ ବାଜୱା କର୍ମଚାରୀଙ୍କ ଅହରହ ଉଦ୍ୟମକୁ ପ୍ରଶଂସା କରି ଏହି ସଫଳତାକୁ ସେମାନଙ୍କର ଉତ୍ସର୍ଗୀକୃତ ତଥା ଦଳଗତ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି।

୨୬୭ ଦିନରେ ଏକ ରେକର୍ଡରେ ୧୦୦ ମିଲିୟନ୍ ଟନ୍ ଅନଲୋଡିଂ ହାସଲ କରିବା ହେଉଛି ଦଳଗତ ନିରନ୍ତର ଉଦ୍ୟମ ଏବଂ ଅତୁଳନୀୟ ସମନ୍ୱୟର ପ୍ରମାଣ, ଏବଂ ଏହି ସଫଳତା ମାଲ ପରିବହନ କାର୍ଯ୍ୟରେ ଦକ୍ଷତା ପାଇଁ ଏକ ନୂତନ ମାନକ ସ୍ଥିର କରିଛି ବୋଲି ବଜ୍ଵା କହିଛନ୍ତି।

ଅନ୍ୟ ମଣ୍ଡଳ ଗୁଡ଼ିକ ମଧ୍ୟ ମାଲ ପରିବହନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ,ଆଜି ପର୍ଯ୍ୟନ୍ତ ଚକ୍ରଧରପୁର (ସି.କେ.ପି) ଡିଭିଜନ୍ ୫୩.୭୩ ମିଲିୟନ୍ ଟନ୍ ମାଲ୍ ଅନଲୋଡିଂ କରିଛି ଏବଂ ବିଲାସପୁର ଡିଭିଜନ୍ ୫୦.୫୫ ମିଲିୟନ୍ ଟନ ମାଲ୍ ଅନଲୋଡିଂ କରିଛି।

ଏହି ମାଇଲ ଖୁଣ୍ଟ ଗୁଡିକ ସମଗ୍ର ଅଞ୍ଚଳରେ ମାଲ ପରିବହନ ସାମଗ୍ରୀ ବୃଦ୍ଧି ଉପରେ ସାମୂହିକ ଧ୍ୟାନକୁ ସୂଚିତ କରେ।

ଖୋର୍ଦ୍ଧାରୋଡ ମଣ୍ଡଳର ଏହି ରେକର୍ଡ ମାଇଲଖୁଣ୍ଟ,ରେଳ କ୍ଷେତ୍ର ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ।

ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ପ୍ରମୁଖ ଭୂମିକାକୁ ଦୃଢ଼ କରିବା ଏବଂ ଅନ୍ୟ ମଣ୍ଡଳ ଗୁଡିକ ଅନୁସରଣ କରିବାପାଇଁ କାର୍ଯ୍ୟକ୍ଷମ ଉତ୍କର୍ଶର ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଏହି ମଣ୍ଡଳ ସର୍ବଦା ତତ୍ପର।

Leave a Reply

Your email address will not be published. Required fields are marked *