December 20, 2025
Home » ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭକ୍ତଙ୍କ କେଣ୍ଡେଲ ମାର୍ଚ୍ଚ ମହବତୀ ଶୋଭାଯାତ୍ରା

ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭକ୍ତଙ୍କ କେଣ୍ଡେଲ ମାର୍ଚ୍ଚ ମହବତୀ ଶୋଭାଯାତ୍ରା

0
WhatsApp Image 2025-12-09 at 11.03.32 AM

 

ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ରାଜଲଷ୍ମୀ ପଡାରେ ଆସନ୍ତା ୨୫ ଡ଼ିସେମ୍ବର ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ବଡ଼ଦିନ ପାଳନକୁ ନେଇ ସ୍ୱାଗତ କରିବା ସହ ସୋମବାର ସନ୍ଧ୍ୟାରେ କେଣ୍ଡେଲ ମାର୍ଚ୍ଚ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସନ୍ଧ୍ୟାରେ ରାଜଲକ୍ଷ୍ମୀପଡାସ୍ଥିତ ଜିଏସଏମ ଚର୍ଚ୍ଚରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମହିଳା ଓ ପୁରୁଷ,ବାଳିକା ବାଳକ ଭକ୍ତ ମାନେ ଏକ ଶୋଭାଯାତ୍ରା ରେ ବାହାରି ମହମବତୀ ଜାଳି ହାତରେ ଧରି କେଣ୍ଡେଲ ମାର୍ଚ୍ଚ ଦିବସ ପାଳନ କରିଥିଲେ | ଡୁଙ୍ଗୁରିପାଲି ବସ୍ତିରେ ଭଜନ, ସଂକୀର୍ତନ କରି ଯୀଶୁଖ୍ରୀଷ୍ଟ ନାମ ଗାଇ ଚର୍ଚ୍ଚକୁ ପହଁଚିଥିଲେ |ଚର୍ଚ୍ଚରେ ପ୍ରାର୍ଥନା କରି ଆସନ୍ତା ୨୫ ଡିସେମ୍ବର ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ବଡ଼ଦିନକୁ ଭକ୍ତ ମାନେ ସ୍ୱାଗତ କରିଥିଲେ |ଚର୍ଚ୍ଚର ପାଷ୍ଟର ରାଜଦେବର, ସମ୍ପାଦକ -ଜ୍ୟୋତିଷ ନନ୍ଦ,ସବିତା ଦେବର, ସାନନ୍ଦ ବାଗ, ସୁରେଶ ବାଗ, ସୁଜିତ ନନ୍ଦଙ୍କ ସହ ଡୁଡୁକା ଓ ଚି଼ଙ୍ଗେରକଟା ଗ୍ରାମର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଯୋଗଦେଇ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *