ଗଙ୍ଗାଧର ବିଶ୍ୱାଳ ଛାଡ଼ିବେ ବିଜେଡି ଅନ୍ୟ ଦଳକୁ ମାରିବେ ଡିଆଁ l

ତିର୍ତୋଲ ବ୍ଲକ ବିଜୁ ଜନତା ଦଳର, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଛାଡ଼ିବେ ବିଜେଡି, ଏନେଇ ସ୍ପଷ୍ଠ ସୂଚନା ମିଳିଛି, ତିର୍ତୋଲ ବିଧାୟକ ଡ ରମାକାନ୍ତ ଭୋଇଙ୍କ କାର୍ଯ୍ୟ କଳାପରେ ଶ୍ରୀ ବିଶ୍ୱାଳ ଅତିଷ୍ଠ ହେବା ପରେ ଏପରି ନିଷ୍ପତି ନେଇଥିବା ସୂଚନା ଆସିଛି, ରାଜ୍ୟ ରେ ବିଜେଡିର ମିଟର ନିନ୍ମଗାମୀ ହେଉଥିବାରୁ ଓ ୨୦୨୪ ନିର୍ବାଚନରେ ଚିଟିପଟ୍ଟାଙ୍ଗ ମାରିବା ପରେ ତିର୍ତୋଲ ର ବରିଷ୍ଠ ନେତୃତ୍ୱ ନେଇଥିବା ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କର୍ମୀ ମାନେ ଡା ରମାକାନ୍ତ ଭୋଇଙ୍କୁ ମୁକୁଟ ପିନ୍ଧାଇ ବିଧାୟକ କରିଥିଲେ, ହେଲେ ଏତେ ଶୀଘ୍ର ବିଧାୟକ କର୍ମୀ ଓ ନେତା ମାନଙ୍କୁ ଭୁଲିଯିବା ରୁ ତିର୍ତୋଲ ବିଜେଡିରେ ଅସନ୍ତୋଷ ର କୁହୁଳିକା ଦେଖାଯାଇଛି, ବିଧାୟକ ଏକା ମାଘ କେ ଶୀତ ଅନୁଭବ କରି କର୍ମୀ ଓ ନେତା ମାନଙ୍କୁ ବିପଥ ଗାମୀ କରୁଛନ୍ତି ବୋଲି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଅନୁଭବ କରି ୟୁ ଟର୍ନ ଦେଲେଣି ଆଗାମୀ ଦିନରେ ଅନ୍ୟ ଦଳକୁ କୁଦାମାରି ନିଜର ସ୍ୱାଭିମାନ ବଜାୟ ରଖିବେ ହେଲେ
ତିର୍ତୋଲ ବିଧାୟକ ଙ୍କ ଜାଲରେ ଆଉ ଫସିବେ ନାହିଁ ବୋଲି କହି ଛନ୍ତି, ଏକା ଗଙ୍ଗାଧର ବିଶ୍ୱାଳ ନୁହେଁ ତାଙ୍କ ସହଯୋଗୀ ମାନେ ବି ବିଧାୟକ ପ୍ରେମରୁ ମୁହଁ ଫେରାଇ ଥିବା ଶ୍ରୀ ବିଶ୍ୱାଳ କହିଛନ୍ତି, ଆଗକୁ ଆସୁଛି ପଂଚାୟତ ନିର୍ବାଚନ ସେଥିଲାଗି ଯଥା ସମୟ ପୁର୍ବ ରୁ ଆଲୋ ସାକ୍ଷୀ ଆପଣା ମହତ ଆପେ ରଖି ନୀତିରେ ଗଙ୍ଗାଧର ତିର୍ତୋଲିଆ ବିଜେଡି ନଈ କୁ ଗୋଳିଆ କରଦେବେ ବୋଲି ବସିଲେଣି, ସେପଟେ ମାନ୍ୟବର ବିଧାୟକ ଶ୍ରୀ ଭୋଇ ଆଉ ଗଙ୍ଗା ଜଳ ପବିତ୍ର ନାହିଁ ବୋଲି ଡିଣ୍ଡିମ ପିଟି ନୂଆ ସଭାପତି ସବୁ ଥଇ ଥାନ କରି କାମଚଳା ସଂଗଠନ ପ୍ରସ୍ତୁତ କରି ପାଞ୍ଚ ବର୍ଷ ପାରି ହେବାକୁ ଚିନ୍ତା କରି ଦଳ କି ବା…., ଉପରେ ଗୁରୁତ୍ୱ ଦେଉ ନାହାନ୍ତି l ତିର୍ତୋଲ ବିଜେଡି ଖଇଚିଆ ହେଲାଣି l
ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ,ଇପିଏ ନିୟୁଜୁ