ଗଜପତି ଜିଲ୍ଲାରେ ଓଡିଶା ପୁଲିସର୯୧ତମ ପ୍ରତିଷ୍ଠା ଦିବସ ପାଳିତ
ଗଜପତି ଜିଲ୍ଲାରେ ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡା ରିଜର୍ଭ ପୁଲିସ ପ୍ୟାରେଡ୍ ପଡିଆ ଠାରେ ଓଡିଶା ପୁଲିସର ୯୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁନୀଲକାନ୍ତ ମହାନ୍ତି ମୁଖ୍ୟ ୍ତିଥି ଭାବେ ଯୋଗଦେଇ କେ ମିଳିତ ପୁଲିସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଶ୍ରୀ ମହାନ୍ତି ପ୍ରଥମେ ଓଡିଶା ପୁଲିସର ୯୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ବମପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାର୍ତ୍ତାକୁ ପଠନ କରିଥିଲେ ।


ପୁଲିସର ଆଚରଣ ବିଧି ଓ ଦେଶର ସମ୍ବିଧାନକୁ ସମ୍ମାନ ଦେବାସହ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସମସ୍ତ ଜନସାଧାରଣ ସକାଶେ ନିରପେକ୍ଷ ଓ ନିଷ୍ଠାପର ସହ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହାପରେ ୨୦୨୫-୨୬ବର୍ଷ ପାଇଁ ଜିଲ୍ଲାର ଶ୍ରେଷ୍ଠ ଏସ.ଆଇ. ଭାବେ ସୁନୀଲ କୁମାର ସେଠୀ, ଏ.ଏସ.ଆଇ- ପି.ମୁଦୁଲି, ହାବିଲଦାର-ସୁବ୍ରତ କୁମାର ପଣ୍ଡା,କନଷ୍ଟେବଲ ଧିରଜ ପରିଚ୍ଛା,ସୁନୀଲ ରଥ ଏବଂ ଓଏସଏପି ୩ୟ ବାଟାଲିୟନରଏସ.ଆଇ.-ପିତାମ୍ବର ଦଳାଇ,ହାବିଲଦାର ବାସୁଦେବ ରାଓ ଓ ସିପାହୀ ବଳଭଦ୍ର ବେହେରାଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଏସଏପି ୩ୟ ବାଟାଲିୟନର କମାଣ୍ଡେଣ୍ଟ ଅଶୋକ କୁମାର ମହାନ୍ତିଙ୍କ ସମେତ ବହୁ ପୋଲଜ୍ଞି ଅଧିକାରୀ ଉପସ୍ଥିତ ଥିଲେ । ରିଜର୍ଭ ଇନ୍ସପେକ୍ଟର ନିରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ
