January 31, 2026
Home » ଗଜପତି ଜିଲ୍ଲାର ୩୫ତମ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦାୟିତ୍ୱ ଗ୍ରହଣ

ଗଜପତି ଜିଲ୍ଲାର ୩୫ତମ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦାୟିତ୍ୱ ଗ୍ରହଣ

0
WhatsApp Image 2026-01-11 at 11.42.57 AM

ଗଜପତି ଜିଲ୍ଲାର ୩୫ତମ ଜିଲ୍ଲାପାଳ ଭାବେ ୨୦୨୦ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଅଗ୍ରୱାଲ ଏହା ପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଥିଲେ । ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲାବେଳେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝି(ସାଧାରଣ ପ୍ରଶାସନ), ମୁନୀନ୍ଦ୍ର ହୋନାଗା(ରାଜସ୍ୱ), ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏମ୍‌.ଏମ୍‌.ଅଲ୍ଲୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ନୂତନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା,ଜଳ ଓ ରାସ୍ତାଘାଟ ସମସ୍ୟାର ଦୂର କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ମାନେ ଏକତ୍ରୀତ ହୋଇ କାର୍ଯ୍ୟକଲେ ବିକାଶ ହୋଇପାରିବ ବୋଲି କହିଥିଲେ । ଗଜପତି ଜିଲ୍ଲା ଗଠନ ହେବା ପରଠୁ ଶ୍ରୀ ଅଗ୍ରୱାଲଙ୍କ ସମେତ ମୋଟ୩୫ଜଣ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୧୬ଜଣ ଭାରତୀୟ ପ୍ରଶାସନିକ ସେବାର ୧୬ଜଣ ଓ ଓଡିଶା ପ୍ରଶାସନିକ ସେବାର ୧୯ଜଣ ଅଧିକାରୀ ରହିଛନ୍ତି । ୧୯ଜଣ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ୧୨ଜଣ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *