ଗଜପତି ଜିିଲ୍ଲା ପୋଲିସ ଦ୍ୱାରା ୨୦୨ବସ୍ତା ଗଞ୍ଜେଇ ଜବତ
ଗଜପତି ଜିଲ୍ଲା ପୋଲିସ ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ କରି ୨୦୨ବସ୍ତା ଗଞ୍ଜେଇ ଜବତ କରିଛି । କେଶରୀଗୁଡା ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହେବ ବୋଲି ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଲା । ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ ଆର.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ପୋଲିସକୁ ଦେଖି ଗ୍ରାମବାସୀ ଭୟରେ ଜଙ୍ଗଲକୁ ପଲାଇଥିଲେ । ପୋଲିସ ଲୋକଙ୍କ ଘର, ଗୁହାଳ ଓ ଗ୍ରାମ ନିଟସ୍ଥ ଜଙ୍ଗଲର ବିଭିନ୍ନ ସ୍ଥାନରେ ଚଢାଉ କରି ୨୦୨ବସ୍ତା ଗଞ୍ଜେଇ ଜବତ କରିଥିଲା । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା । ସମସ୍ତ ଗେଞ୍ଜେଇର ଓଜନ ୪୦କ୍ୱିଣ୍ଟାଲ୬୦କିଲୋଗ୍ରାମ (୪.୦୬ଟନ୍) ହୋଇଥିଲା ।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪କୋଟି ଟଙ୍କାରୁ ଉର୍ଦ୍ଦ ହେବ । ଏନେଇ ଅଡବା ଥାନା କେସ୍ ନଂ-୬୮/୨୦୨୬ ନକ୍ସେତକ ଔଷଧ ଓ ମାନସିକ ପ୍ରତିକ୍ରିୟା ଉପାଦାନ ଆଇନ-୧୯୮୫ ଆଇନର ୨୦(ଖ)(।।)(ଗ) ଧାରାରେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଏହି ଚଢାଉରେ ଅଡବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା, ମୋହନା ଥାନାଧିକାରୀ ଓମ୍ ନାରାୟଣ ପାତ୍ର, ରାମଗିରି ଥାନାଧିକାରୀ ଡି. ଗଜପତି ଦୋରା ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
