October 22, 2025
Home » ଗଞ୍ଜାମ ଜିଲ୍ଲସ୍ତରୀୟ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ

ଗଞ୍ଜାମ ଜିଲ୍ଲସ୍ତରୀୟ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ

0
WhatsApp Image 2025-09-05 at 7.57.52 PM (1)

!

ଛତ୍ରପୁର: ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲାସ୍ତରୀୟ ଗୁରୁ ଦିବସ ସମାରୋହ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନୀତ କାର୍ଯକ୍ରମ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମାହିତ ହୋଇଯାଇଛି l
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜ଼ିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇଥିଲେ l ଜ଼ିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ଓ ବସନ୍ତ କୁମାର ପଣ୍ଡା, ପ୍ରଧାନ ଶକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ l କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସତ୍ୱେ ମଧ୍ୟ ଛାତ୍ର ଛାତ୍ରୀ ଓ ଶିକ୍ଷକମାନେ ବିଭିନ୍ନ ଆହ୍ୱାନର ଶିକାର ହେଉଛନ୍ତି ।

ଏଣୁ ପିଲାଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷଣ ପ୍ରକ୍ରିୟାରେ ନୂତନ ପ୍ରଯୁକ୍ତି ବିଦ୍ୟାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ଗଞ୍ଜାମ ଜ଼ିଲ୍ଲାପାଳ ଏହି ଅବସରରେ ଶିକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ଯୋଗ୍ୟ ବିବେଚିତ ଜ଼ିଲ୍ଲାର ୩ ଜଣ ସିଆରସିସି ୨୨ଜଣ ପ୍ରାଥମିକ ଶିକ୍ଷକ ଓ ୪୨ ଜଣ ବିଷୟ ଭିତ୍ତିକ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ସହ ଜ଼ିଲ୍ଲାସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷାପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଗଞ୍ଜାମ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ଏବଂ ପ୍ରଦତ୍ତ ହୋଇଛି ।

ପ୍ରାରମ୍ଭରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(ଛତ୍ରପୁର) ର ଛାତ୍ର ଛାତ୍ରୀ ଗଣ ଗୁରୁବନ୍ଦନା ଗାନ କରିଥିଲେ l ଆଜି ଭୁବନେଶ୍ୱରର ଲୋକ ସେବା ଭବନରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଗଞ୍ଜାମ ଜ଼ିଲ୍ଲାର ତତ୍କାଳୀନ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଓ ୪ଜଣ ବିଷୟ ଭିତ୍ତିକ ମାଧ୍ୟମିକ ଶିକ୍ଷକ ଯୋଗ ଦେଇଛନ୍ତି l କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା, ଚାନ୍ଦିନୀ କୁମାରୀ ପଣ୍ଡା, ଅଞ୍ଜଳି କୁମାରୀ ପାତ୍ର, ଶଙ୍କର ନାରାୟଣ ବେଜ, ଗୋକୁଳ କୃଷ୍ଣ ପଣ୍ଡା, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ସବିତା ତ୍ରିପାଠୀ, ସରୋଜ କୁମାର ପାଢ଼ୀ, ଶରତ କୁମାର ଓ ଅନସ୍ଲୋ ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ର ଛାତ୍ରଗଣ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ l
ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *