October 24, 2025
Home » ଗଞ୍ଜାମ ଜିଲ୍ଲାରୁ ଓପିଏସ ପରୀକ୍ଷାରେ ୧୯ ଜଣ କୃତ୍ତିତ୍ଵ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧିତ !

ଗଞ୍ଜାମ ଜିଲ୍ଲାରୁ ଓପିଏସ ପରୀକ୍ଷାରେ ୧୯ ଜଣ କୃତ୍ତିତ୍ଵ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧିତ !

0
WhatsApp Image 2025-10-07 at 10.39.28 AM

ଛତ୍ରପୁର: ଓଡିଶା ପ୍ରଶାସନିକ ସେବା ୨୦୨୩-୨୪ ବର୍ଷରେ କୃତୀତ୍ବ ହାସଲ କରିଥିବା ଗଞ୍ଜାମ ଜିଲ୍ଲାର କୃତୀ ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନାଛତ୍ରପୁର ତା.୦୬.୧୦.୨୦୨୫ ଆଜି ଓଡିଶା ପ୍ରଶାସନିକ ସେବା ୨୦୨୩-୨୪ ବର୍ଷର ପରୀକ୍ଷାରେ ସଫଳତା ହାସଲ କରିଥିବା ଗଞ୍ଜାମ ଜିଲ୍ଲାର ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସମ୍ବର୍ଦ୍ଧିତ କରାଯାଇଛି ।ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀମାନେ ଗତବର୍ଷ ହୋଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୦୨୩-୨୪ ସଫଳତା ଲାଭ କରି ନିଜନିଜର ପରିବାର ତଥା ଗାଁ ଓ ଅଞ୍ଚଳକୁ ଗୌରବାନ୍ବୀତ କରିଛନ୍ତି । ସେହି ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ସ୍ବକୀୟ ବିବେକ ଓ ବିଚାର ଅବଲୋକନରେ ସେବା ସମର୍ପିତ ମନୋଭାବ ନେଇ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ପରାମର୍ଶ ଦେଇଥିଲେ । ସେ ମଧ୍ୟ ତାଙ୍କ ଛାତ୍ର ଜୀବନର ପ୍ରେରଣାଦାୟୀ ଅଙ୍ଗେନିଭା କାହାଣୀ ମାଧ୍ୟମରେ ନବାଗତ ମାନଙ୍କୁ ଉତ୍ସାହିତ କରିଥିଲେ ।ଜିଲ୍ଲା ପରିଷଦ ଅଧ୍ଯକ୍ଷା ଅଞ୍ଜଳୀ ସ୍ବାଇଁ ନିଜ ବକ୍ତବ୍ୟରେ କହିଥିଲେଯେ, ଅକ୍ଲାନ୍ତ ପରିଶ୍ରମ ଓ ଗୁରୁଜନଙ୍କ ଆଶିର୍ବାଦ ବଳରେ ଛାତ୍ରଛାତ୍ରୀମାନେ ଏହି ସଫଳତା ହାସଲ କରିଛନ୍ତି । କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଲୋକମାନଙ୍କର ପ୍ରିୟପାତ୍ର ହେବାପାଇଁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲା ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର କୁଳ ସଚିବ ସଂଗ୍ରାମ ଶେଖର ପଣ୍ଡା ଛତ୍ରଛାତ୍ରୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ପରାମର୍ଶ ଦେଇଥିଲେ ।
ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ନିଜ ନିଜ କର୍ମମୟ ଜୀବନର ଅଭିଜ୍ଞତା ଓ ନିଚ୍ଛକ ବାସ୍ତବତା ସମ୍ପର୍କରେ ନବାଗତ ମାନଙ୍କୁ ଅବଗତ କରାଇବା ସହ ଜନସାଧାରଣଙ୍କ ସେବାକୁ ସଦାସର୍ବଦା ପ୍ରାଧାନ୍ୟ ଦେବାପାଇଁ ପରାମର୍ଶ ଦେଇଥିଲେ ।

ଦୀକ୍ଷିତା ବେହେରା ଖଲ୍ଲିକୋଟ ବ୍ଲକ୍, ଶୁଭେନ୍ଦୁ ବିକାଶ ଟହଲ ଖଲ୍ଲିକୋଟ ବ୍ଲକ୍, ରୂପକ କୁମାର ସାହୁ ଧରାକୋଟ ବ୍ଲକ୍, ପ୍ରତିଶୃତି ପଲେଇ ଆସ୍କା ବ୍ଲକ୍ ନିକିତା ପାତ୍ର, ଆସ୍କା ବ୍ଲକ୍, ମାମିନୀ ପରିଡା ଆସ୍କା ବ୍ଲକ୍, ଅବିନାଶ ତ୍ରିପାଠୀ ଆସ୍କା ବ୍ଲକ୍, ଟି. ନରସିଂହ ପାତ୍ର, ବ୍ରହ୍ମପୁର, ଜ୍ୟୋତି କିରଣ ଗୌଡ ଗଞ୍ଜାମ ବ୍ଲକ୍, କିଶାନ୍ ବେହେରା ଛତ୍ରପୁର ବ୍ଲକ୍, ସଚିଦାନନ୍ଦ ପୃଷ୍ଟି ପୋଲସରା ବ୍ଲକ୍, ଚିଦାନନ୍ଦ ସାମଲ କୁକୁଡାଖଣ୍ଡି ବ୍ଲକ୍, ସୋନାଲୀ ଜେନା ପୋଲସରା ବ୍ଲକ୍, ମନିଷା ନାୟକ ବ୍ରହ୍ମପୁର, ଅନୀଲ କୁମାର ସାହୁ ବ୍ରହ୍ମପୁର, ଜନକ କୁମାର ତରାଇ ଗଞ୍ଜାମ ବ୍ଲକ୍, କାଳୁ ରାଉତ ଦିଗପହଣ୍ଡି ବ୍ଲକ୍, ଚିନ୍ମୟୀ ତ୍ରିପାଠୀ ଗଞ୍ଜାମ ବ୍ଲକ୍ ଓ ସୋନାଲି ତ୍ରିପାଠୀ ହିଞ୍ଜିଳିକାଟୁ ବ୍ଲକ ରୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡା ଓ ସୁନୀଲ କୁମାର କେର୍କେଟା, ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ହାଗତ କରିବା ସହ ଓଡିଶା ସିଭିଲ୍ ସେବା ୨୦୨୩-୨୪ବର୍ଷର ପରୀକ୍ଷାରେ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *