ଗଞ୍ଜାମ ଜିଲ୍ଲାରେ ୩୯୦୭ ଜଣ ଭିନ୍ନକ୍ଷମଙ୍କୁ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ୯୦୦୬ ଜଣ ବୃଦ୍ଧବୃଦ୍ଧା ଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ଜିଲ୍ଲାପ୍ରଶାସନ
ଗଞ୍ଜାମ ଜିଲ୍ଲାସ୍ତରୀୟ ଜନସେବା ଦିବସ ସମାରୋହ ଛତ୍ରପୁର ବ୍ଲକ୍ ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଖଣି, ଇସ୍ପାତ, ବାଣିଜ୍ୟ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଶାରୀରିକ ଅକ୍ଷମ ଥିବା ଭିନ୍ନକ୍ଷମ ଲୋକଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ ସୀମାରେ ଥିବା ବୃଦ୍ଧ ବୃଦ୍ଧା ଙ୍କୁ ମଧୁବାବୁ ପେନସନ ଅବା ବର୍ଦ୍ଧିତ ଭତ୍ତା ଗଞ୍ଜାମ ଜିଲ୍ଲାପ୍ରଶାସନ ବଣ୍ଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୯୦୭ ଭିନ୍ନକ୍ଷମଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ବ ୯୦୦୬ଜଣ ବୃଦ୍ଧ ଙ୍କୁ ୩୫୦୦ଟଙ୍କା ଲେଖାଏଁ ବର୍ଦ୍ଧିତ ଭତ୍ତା ବଣ୍ଟନ ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ସମାରୋହରେ ବିତରଣ କରାଯାଇଛି ।
ସୂଚନା ଯୋଗ୍ୟ ଯେ’ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନାଗରିକ ୬୦ଜଣଙ୍କୁ ଏବଂ ୫୨ଜଣ ଭିନ୍ନକ୍ଷମ ଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ମାନ୍ୟବର ମନ୍ତ୍ରୀ ବିତରଣ କରିଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୩୯ ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଇ. ଅଟୋ ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ବିତରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂଯୋଜକ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
କୃଷ୍ଣ ଚନ୍ଦ୍ର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଶ୍ରୀ ନାୟକ, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ ମୋହନ୍ ସେନାପତି ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )