August 27, 2025
Home » ଗଞ୍ଜାମ ଜିଲ୍ଲା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
WhatsApp Image 2025-05-07 at 3.29.39 PM

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜଜ୍ ଇତି ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ବଦଳି ହୋଇଯାଇଛନ୍ତି । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜର କାର୍ଯ୍ୟକାଳ ମଧ୍ୟରେ ଗଞ୍ଜାମ ଓକିଲଙ୍କ ପ୍ରିୟପାତ୍ର ହୋଇଥିବା ସମ୍ମାନନୀୟା ଜିଲ୍ଲାଜଜ ଶ୍ରୀମତୀ ରୁପଶ୍ରୀ ଚୌଧୁରୀଙ୍କୁ ଆଜି ଗଞ୍ଜାମ ଓକିଲ ସଂଘର ସଦସ୍ୟ ମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ନୟନ ମହାପାତ୍ର , ଶ୍ରୀକାନ୍ତ ପଟ୍ଟନାୟକ , ସଞ୍ଜୟ ମିଶ୍ର , ଦନାର୍ଦନ ସୁବୁଦ୍ଧି , କୈଳାଶ ପାଣିଗ୍ରାହି , ବରୁଣ ଗୌଡ଼ , ଅକ୍ଷୟ ପଟ୍ଟନାୟକ , ତାପସ ସାହୁ,ବିରଞ୍ଚି ମହାପାତ୍ର, ବ୍ରଜ ବିଶୋଇ, ଯୋଗେଶ୍ଵର ପୁରୋହିତ, ନବୀନ ପଣ୍ଡିତ, ସୁଧାଂଶୁ ସେଠି, କମଳ ପଣ୍ଡା, ସୁଶାନ୍ତ ପାଣିଗ୍ରାହୀ, ରାମା ମହାପାତ୍ର, ସଂଘମିତ୍ରା ପଣ୍ଡା, ରଶ୍ମି ନାୟକ, ରୀତା ସ୍ଵାଇଁ ପ୍ରମୁଖ ସତାଧିକ ଆଇନଜୀବୀ ଅଂଶ ଗ୍ରହଣ କରି ଥିଲେ l

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *