July 1, 2025
Home » ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

0
WhatsApp Image 2025-05-18 at 3.46.52 PM

ବ୍ରହ୍ମପୁର, : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଙ୍ଘ ଦ୍ୱାରା ଆୟୋଜିତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ଶତପଥୀ, ସମାଜ ସେବୀ ଅଜୟ ମହାରଣା, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସମ୍ପାଦକ ଜେ କାମେଶ୍ୱର୍ ରାଓ, ଡେଣ୍ଟିଷ୍ଟ ଡାକ୍ତର ଦିବ୍ୟାନି ଦେବ୍, ହ୍ୟାଣ୍ଡବଲ୍ ସଂଘର କାର୍ଯକାରୀ ସଭାପତି ଅଶୋକ କୁମାର ଶୁକ୍ଳା, ସମ୍ପାଦକ ସୁରେଶ ଚନ୍ଦ୍ର ପାଢି, ସାଙ୍ଘଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ , କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ଉଦ୍ଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଓ କଲେଜରୁ ୨୫୦ ଜଣ ଖେଳାଳି ଅଂଶ ଗ୍ରହଣ କରି ତାଲିମ ନେଉଛନ୍ତି । ଏହି ଶିବିରକୁ ଏନ୍.ଆଈ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ସହ ଜିଲ୍ଲାର ପ୍ରାୟ ୨୫ ଜଣ ବରିଷ୍ଠ ଖେଳାଳି ଏହି ଶିବିରରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ। ପ୍ରତି ବର୍ଷ ଏହି ପରି ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ କରିବା ଦ୍ୱାରା ଭଲ ପ୍ରଦର୍ଶନ କରିଥିବା ପ୍ରକୃତ ଖେଳାଳିଙ୍କୁ ଚୟନ କରିବାରେ ସହଜ ହୋଇଥାଏ । ଚୟନ କରଯାଇଥିବା ଖେଳାଳୀଙ୍କୁ ଗଞ୍ଜାମ ଜିଲ୍ଲା ଦଳ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମିଳିଥାଏ । ଆଜିର ଏହି ଉତ୍ସବରେ ବହୁ ଅଭିଭାବକ ଉପସ୍ଥିତ ରହି ରଙ୍ଗା ରଙ୍ଗ କାର୍ଯକ୍ରମ ସହ ଖେଳାଳିଙ୍କ ବିଭିନ୍ନ କୌଶଳ ଦେଖି ଆନନ୍ଦ ପ୍ରକାଶ କରିଥିଲେ । ଏହି ଶିବିର ଆସନ୍ତା ୪ ତାରିଖରେ ଶେଷ ହେବ ବୋଲି ସମ୍ପାଦକ ସୁରେଶ ଚନ୍ଦ୍ର ପାଢି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *