ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧ ସଫେଇ ଅଭିଯାନ!

ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀ ଙ୍କୁ ମାରଣାସ୍ତ୍ର ସହ ଗିରଫ !
ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ଯାକାଣ୍ଡ ହତ୍ଯା ଉଦ୍ୟମ ସାଙ୍ଗ କୁ ଡକାୟତ, ଚୋରି , ଲୁଟ ରାହାଜାନୀ ଭଳି ଅପରାଧୀକ କାର୍ଯ୍ଯକଳାପ ବୃଦ୍ଧି ପାଇଛି । ଏନେଇ ଗଞ୍ଜାମ ଜିଲ୍ଲାବାସୀ ଙ୍କ ଅସନ୍ତୋଷର କାରଣ ହୋଇ ସାଧାରଣରେ ଅସନ୍ତୋଷ ର କ୍ଷୋଭ ପ୍ରକାଶ ପାଇ ଆସିଥିଲା । ଏହା ଯେ ପୋଲିସ ଖୋଳତାଡ ଆରମ୍ଭ କରିଥିବା ବେଳେ ପୋଲିସ ର ନିଦ ହଜାଇ ଦେଇଥିଲା ।
ଯାହା ଫଳରେ ପୋଲିସ ର ଢିଲା ସୁରକ୍ଷା ବ୍ୟବସ୍ଥା କୁ ନେଇ ବୁଦ୍ଧିଜିବୀଙ୍କ ବାରମ୍ବାର ଅଙ୍ଗୁଳି ଉଠିବା ପରେ ଅପରାଧ ସଫେଇ ଅଭିଯାନ ଆରମ୍ଭ କରିବା ଆରମ୍ଭ କରିଥିଲା ଗଞ୍ଜାମ ପୋଲିସ । ଦୀର୍ଘ ଏକ ସପ୍ତାହ ବ୍ୟାପୀ ଜୋର୍ ସୋର୍ ପୋଲିସ ର ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଜଣାଯାଇଛି । ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର ଙ୍କ ନେତୃତ୍ବ ରେ ଏକ ସ୍ପେଶାଲ ଟିମ୍ କୁ ନେଇ ସ୍ପେଶାଲ ଡ୍ରାଇଭ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଛାପା ମାରି ୧୮ଜଣ ଅଭିଯୁକ୍ତ ଙ୍କୁ କାବୁ କରି ପୋଲିସ ଧରିବାରେ ସଫଳ ହୋଇଛି ।
ଗଞ୍ଜାମ ଜିଲ୍ଲାର ଶେରଗଡ, ଚମାଖଣ୍ଡି, ପୋଲସରା, କୋଟିପତି, ଆସିକା ଓ ଭଞ୍ଜନଗର ଭଳି ୬ ଟି ସ୍ଥାନ ରେ ବଡ଼ ଧରଣର ଚଢାଉ କରି ୧୮ ଜଣ ଅଭିଯୁକ୍ତ ଙ୍କ ଠାରୁ ୧୭ ଟି ବନ୍ଧୁକ ୬୦ ରୁ ଉର୍ଦ୍ଧ୍ବ ଅଫୁଟା ଗୁଳି ସାଙ୍ଗକୁ ଭିଭିନ୍ନ ମାରଣାସ୍ତ୍ର କୁ ଜବତ କରିଛି, ଗଞ୍ଜାମ ପୋଲିସ ।
ଏହି ଅଭିଯୁକ୍ତ ମାନେ ଚୋରା ବନ୍ଧୁକ ଆଣି ବିଭିନ୍ନ ସ୍ଥାନ ରେ ଅପରାଧ ଘଟାଇବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ର ଏହି ଅଭିଯାନ ଆଗକୁ ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।।