March 13, 2025
Home » ଗଞ୍ଜେଇ ଚାଲାଣ ରେ ପୋଲିସ : ହୋମ ଗାର୍ଡ ସହ ଅନ୍ୟ ଜଣେ ଗିରଫ

ଗଞ୍ଜେଇ ଚାଲାଣ ରେ ପୋଲିସ : ହୋମ ଗାର୍ଡ ସହ ଅନ୍ୟ ଜଣେ ଗିରଫ

0

l

ସୁବର୍ଣ୍ଣପୁର — ପୋଲିସ କରୁଛି ଗଞ୍ଜେଇ ଚୋରା ଚାଲାଣ l ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ପୋଲିସ ହାବୁଡ଼ରେ ପୋଲିସ ହୋମଗାର୍ଡ ସହ ଆଉ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିନିକା ପୋଲିସ l ସୁବର୍ଣ୍ଣପୂର ଜିଲ୍ଲା ବିନିକା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ସମୟରେ ପାପକ୍ଷୟ ରାସ୍ତାର ବିଦ୍ୟୁତ ଗ୍ରିଡ ନିକଟରେ ଅଟକାଇଥିଲେ l

ପୋଲିସ ସ୍କୁଟି ଅଟକାଇବା ସହ ଯାଞ୍ଚ କରିବାରୁ ସ୍କୁଟିରୁ ୭ କେଜି ୬୫୦ ଗ୍ରାମ ଗଞ୍ଜେଇ ବାହାରିଥିଲା l ପରେ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଯୁବକକୁ ଗିରଫ କରିଥିଲା l ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଧଉରାଖମନ୍ ଗ୍ରାମର ନିତ୍ୟାନନ୍ଦ ଷାଣ୍ଡ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଶାନ୍ତ ଷାଣ୍ଢ ସୋନପୁର ପୋଲିସ ରେ ହୋମଗାର୍ଡ ଭାବରେ କାମ କରୁଛନ୍ତି l ପୋଲିସ ହୋମଗାର୍ଡ ପ୍ରଶାନ୍ତ ଷାଣ୍ଢ ଓ ନିତ୍ୟାନନ୍ଦ ଷାଣ୍ଢ OD-31-G-6723 ଏକ୍ଟିଭା ସ୍କୁଟିରେ ଜଗନ୍ନାଥ ରୋଡ଼ ଦେଇ ବିନିକା ପଟକୁ ଆସୁଥିଲେ l ବିନିକା ଥାନାରେ କେସ ନମ୍ୱର ୩୮/୨୦୨୫ରେ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *