ଗଞ୍ଜେଇ ଚୋରା ଚାଲାଣ ଘଟଣା ରେ ଦୁଇ ଗିରଫ ସହ ପିକଅପ ଗାଡି ଜବତ l
ସୁବର୍ଣ୍ଣପୁର: ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ l ଆଜି ସୋନପୁର ବ୍ଲକ୍ ଛକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ହାତ ରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ। CG- 04 P 1569 ପିକଅପ୍ ଭେନ୍ ରେ ଗଞ୍ଜେଇ ନେଇ ଯାଉଥିଲେ ଦୁଇ ଜଣ ଅଭିଯୁକ୍ତ। କୌଣସି ସୂତ୍ର ରୁ ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ବ୍ଲକ୍ ଛକ ରେ ଉକ୍ତ ଗାଡ଼ି କୁ ଅଟକାଇ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏପରିକି ଚୋରା ଗଞ୍ଜେଇ ଚାଲାଣ କରୁଥିବା ପିକଅପ ଗାଡି କୁ ଏକର୍ଟ କରୁଥିବା କାର OD -23 J 4204 କୁ ମଧ୍ୟ ପୋଲିସ ଜବତ୍ କରିଛି।ପିକ୍ ଅପ୍ ଭେନ ରେ ଅଭିଯୁକ୍ତ ଚତୁରତାର ସହିତ ତଳି ପଟ ରେ ସିକ୍ରେଟ ଚେମ୍ୱର କରି ଗଞ୍ଜେଇ ରଖିଥିବା ଦେଖିବାକୁ ମିଳିଥିଲା। ପିକଅପ ଗାଡି ରୁ 31 କେଜି 700 ଗ୍ରାମ ଓଜନ ର ଗଞ୍ଜେଇ ବାହାରିଥିଲା l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଯାଞ୍ଚ କରି ଓଜନ କରି NDPS ଆକ୍ଟ ଆଧାର ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
