ଗଞ୍ଜେଇ ଜବତ,ୟୁପି ର ୩ ଗିରଫ

()ବଲାଙ୍ଗିର ବିଷ୍ଣୁମୁଣ୍ଡା ରେଲଓ୍ବେ ବ୍ରିଜ ନିକଟରୁ ଇନୋଭା ଗାଡିରୁ ଗଞ୍ଜେଇ ଧରିଲା ଅବକାରୀ ବିଭାଗ। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ। ୩ଜଣକୁ ଗିରଫ କରିବା ସହ ଇନୋଭା ଗାଡି ଜବତ କରିଛି ଅବକାରୀ ପୋଲିସ। ବୌଦ୍ଧ ମାତାକୁପା ଜଙ୍ଗଲରୁ ଗତକାଲି ୬କୁଇଣ୍ଟାଲ ଜବତ ହୋଇଥିଲା। ସେଥିରୁ ୨ କୁଇଣ୍ଟାଲ ୧୦ କେଜି ତୁଷୁରା ବଲାଙ୍ଗିର ଦେଇ ଉତ୍ତରପ୍ରଦେଶକୁ ଇନୋଭା ଗାଡିରେ ନେଉଥିଲେ।
ଖବର ପାଇ ବଲାଙ୍ଗିର ଅବକାରୀ ପୋଲିସ ବିଷ୍ଣୁମୁଣ୍ଡାରୁ ଧରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଜୋହନପୁର ର ଚନ୍ଦ୍ରକେଶ ଯାଦବ,ମୁଲଚାନ୍ଦ ଯାଦବ ଓ ସକିଲ ଅହମଦ। ଗଞ୍ଜେଇ ଅମଳ ସମୟ ହୋଇଥିବାରୁ ଆଗକୁ ମଧ୍ୟ ଧରପଗଡ ଜାରିରହିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ସିତାକାନ୍ତ ମୁଦୁଲି।
esternpress agency