October 24, 2025
Home » ଗଞ୍ଜେଇ ଭର୍ତ୍ତି କାର ଓ ବ୍ୟବହୃତ ବାଇକ ଜବତ : ୩ ଅଟକ,ଜଣେ ଫେରାର

ଗଞ୍ଜେଇ ଭର୍ତ୍ତି କାର ଓ ବ୍ୟବହୃତ ବାଇକ ଜବତ : ୩ ଅଟକ,ଜଣେ ଫେରାର

0
WhatsApp Image 2025-09-08 at 1.45.56 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା – ସୋନପୁର ମୁଖ୍ୟ ରାସ୍ତାରେ ଏକ ନମ୍ୱର ବିହୀନ କାରରେ ଗଞ୍ଜେଇ ଭର୍ତ୍ତି ହୋଇ ଦୃତ ଗତିରେ ଆସୁଥିବା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଉକ୍ତ କାର ଦୃତ ଗତିରେ ଆସୁଥିବା ରୁ ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଷ୍ଟାଫ ଥାନା ସମ୍ମୁଖରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କାର ଟି ଅଟକି ନ ଥିଲା। ତା ପରେ ତାକୁ ପିଛାକରି ଗୋଲାପଡ଼ା ଛକ ନିକଟରେ ଅଟକାଇ ଥିଲେ । ଏହି କାର ରେ ଥିବା ଅଭିଯୁକ୍ତମାନେ ପୁଲିସକୁ ଦେଖି ଫେରାର ମାରୁଥିଲେ କିନ୍ତୁ ସେମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ନେଉଥିବା କାର କୁ ଗୋଟିଏ ବାଇକ ମଧ୍ୟ ଅନୁସରଣ କରି ଯାଉଥିଲା । ଏଥିରେ ଥିବା ୩ ଜଣକୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ଜଣେ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। ଖବର ପାଇ ସୁବର୍ଣ୍ଣପୁର ଅରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଘଟଣାସ୍ଥଳକୁ ଆସିଲା ପରେ କାର ଖୋଲି ଗଞ୍ଜେଇ ବାହାର କରାଯାଇ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ଉପସ୍ଥିତିରେ ଆଜି ଓଜନ କରାଯାଇଛି । ଏଥିରେ ପ୍ରାୟ ୧ କୁଇଣ୍ଟାଲ ଏକ କେଜି ଗଞ୍ଜେଇ ଥିଲା ବୋଲି ଜଣାପଡିଛି। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *