November 12, 2025
Home » ଗଞ୍ଜେଇ ମାଫିଆ ଙ୍କ ଘରୁ ବିପୁଳ ପରିମାଣ ର ଗଞ୍ଜେଇ ସହ ଦୁଇଟି ଗାଡି ଜବତ

ଗଞ୍ଜେଇ ମାଫିଆ ଙ୍କ ଘରୁ ବିପୁଳ ପରିମାଣ ର ଗଞ୍ଜେଇ ସହ ଦୁଇଟି ଗାଡି ଜବତ

0
WhatsApp Image 2025-11-12 at 6.33.00 PM

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଶଙ୍କରଟିକିରା ଗ୍ରାମର ଭଗବାନ ସାହୁ ଙ୍କ ଦ୍ୱାରା ଚୋରା ଗଞ୍ଜେଇ ଚାଲାଣ ସମ୍ପର୍କ ରେ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ l ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗତ 10/11/25 ରାତି ପ୍ରାୟ 9.30 ରେ ରାମପୁର ପୋଲିସ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା l ଗୋଟିଏ କଳା ରଙ୍ଗର ମହିନ୍ଦ୍ରା ଥର ( ରେଜିଷ୍ଟ୍ରସନ ନମ୍ବର -OD -05 BN 5943 ) ଏବଂ ଧଳା ରଙ୍ଗର ମାରୁତି ସୁଜୁକି କାର ( ରେଜିଷ୍ଟ୍ରସନ ନମ୍ବର -OD -24 6296 ) ଦ୍ୱାରା ବୌଦ୍ଧ ଜିଲ୍ଲା ରୁ ଅଭିଯୁକ୍ତ ଭଗବାନ ସାହୁ ଏବଂ ତାଙ୍କ ସହଯୋଗୀ ମାନେ ଏପରି ବେଆଇନ ଭାବରେ ଗଞ୍ଜେଇ ତାଙ୍କ ଘରକୁ ନେଉଥିଲେ l ଯଦିଓ ରାମପୁର ପୋଲିସ ପକ୍ଷରୁ ଅନ୍ଧାରିବାଞ୍ଜି ଗ୍ରାମ ରାସ୍ତା ନିକଟରେ ଉପରୋକ୍ତ ଗାଡିଗୁଡିକୁ ଚିହ୍ନଟ କରିଥିଲେ କିନ୍ତୁ ଉଭୟ ଗାଡି ଦୃତ ଗତିରେ ସେମାନଙ୍କ ଗନ୍ତବ୍ୟସ୍ଥଳ ଘରକୁ ପଳାଇବାରେ ସଫଳ ହୋଇଥିଲେ l ତଥାପି ପୋଲିସ ପଛେ ପଛେ ଯାଇ ଅଭିଯୁକ୍ତ ଭଗବାନ ସାହୁ ଙ୍କ ଘର ଶଙ୍କରଟିକିରା ଗ୍ରାମ ନିକଟରେ ଉଭୟ ଗାଡିକୁ ଚିହ୍ନଟ କରିଥିଲେ l ପୋଲିସ କୁ ଦେଖି ଅଭିଯୁକ୍ତ ଭଗବାନ ସାହୁ ଏବଂ ତାଙ୍କ ସହଯୋଗୀ ଅନ୍ଧାରିବାଞ୍ଜି ଗ୍ରାମର ସଂଗ୍ରାମ ପାତ୍ର ଏବଂ ଅନ୍ୟ ଏକ ନାବାଳକ ମଧ୍ୟପ୍ରଦେଶ ର ଦେବେନ ରାଜପୁତ ଘଟଣା ସ୍ଥଳ ରୁ ଫେରାର ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ଗିରଫ କରାଯାଇଥିଲା l ଉଭୟ ଗାଡ଼ିରୁ 1.4 କୁଇଣ୍ଟାଲ ଗଞ୍ଜେଇ ବାହାରିଥିଲା l ଅଭିଯୁକ୍ତ ଭଗବାନ ସାହୁ ଙ୍କ ଘରେ ଗଞ୍ଜେଇ ଲୁଚାଇ ରଖାଯାଇଥବା ଜଣାପଡିଥିଲା l ଭଗବାନ ସାହୁ ଏହି ଘରେ ଦୀର୍ଘ ଦିନ ଧରି ରହୁଥିଲେ l ପରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସ୍ୱାଧୀନ ସାକ୍ଷୀ ଙ୍କ ଉପସ୍ଥିତି ରେ ଖୋଜା ଖୋଜି ସମୟ ରେ 137 ଟି ଛୋଟ ପ୍ୟାକେଟ ଥିବା 5 ଟି ବଡ଼ ବ୍ୟାଗ ଏବଂ 1.44 କୁଇଣ୍ଟାଲ ଓଜନ ର ଖୋଲା ଗଞ୍ଜେଇ ଥିବା ଅନ୍ୟ ଏକ ବ୍ୟାଗ ଜବତ ହୋଇଥିଲା l ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 14,40,050/ ହେବ l ଏ ସମ୍ପର୍କ ରେ ରାମପୁର ଥାନା କେସ ନମ୍ବର -186/ ତା. 11/11/2025 U/s- 20 ( b)( ii) ( C)/25/29 NDPS Act ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି l ରାମପୁର ଥାନା ର ଇନ୍ସପେକ୍ଟର ପଦ୍ମାସିନୀ ମେହେର ଅଭିଯୁକ୍ତ ଏବଂ ଚୋରା ଗଞ୍ଜେଇ ର ଉତ୍ସ ସମ୍ପର୍କ ରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l ଉପରୋକ୍ତ ମାମଲା ବ୍ୟତୀତ ଗତ 09/11/25 ରେ 2 କୁଇଣ୍ଟାଲ 49 କେଜି 610 ଗ୍ରାମ ରୁ ଅଧିକ ( ପ୍ରାୟ 2.5 କୁଇଣ୍ଟାଲ ) ଗଞ୍ଜେଇ ଡୁଙ୍ଗୁରିପାଲି ପୋଲିସ ମଧ୍ୟ ଜବତ କରିଥିଲା l ଚଳିତ ମାସ 1 ତାରିଖ ଠାରୁ ଆଜିପର୍ଯ୍ୟନ୍ତ ମୋଟ 5 ଟି କେସ ରୁଜୁ ହୋଇଛି ଯେଉଁଥିରେ 4 କୁଇଣ୍ଟାଲ 53 କେଜି 970 ଗ୍ରାମ ଗଞ୍ଜେଇ ଜବତ କରାଯାଇଛି l ଯାହାର ସରକାରୀ ମୂଲ୍ୟ 45,39,700 ଏବଂ ବଜାର ମୂଲ୍ୟ 4,53,97,000 ହେବ l ଏହି 5 ଟି ଚୋରା ଗଞ୍ଜେଇ କେସ ରେ ମୋଟ 12 ଜଣ ଅଭିଯୁକ୍ତ, 2 ଟି ଦୁଇ ଚକିଆ ଏବଂ 5 ଟି ଚାରିଚକିଆ ଯାନ ଜବତ ହୋଇଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଆଜି ଜିଲ୍ଲା ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *