ଗଡ ଜଗନ୍ନାଥଙ୍କ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ”

ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳ ଅନ୍ତର୍ଗତ ଖାସ୍ପା ସାହି ସ୍ଥିତ ସହରର ସର୍ବ ପୁରାତନ ତଥା ପ୍ରଥମ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ମହୁରୀ ରାଜାଙ୍କ ବଂଶଜ ତଥା ବର୍ତ୍ତମାନର ମହୁରୀ ରାଜା ଶ୍ରୀ ଆଶୋକ କୁମାର ନରେନ୍ଦ୍ର ଦେଓ ଏହି ରଥଯାତ୍ରା ଉତ୍ସବରେ ଯୋଗଦେଇ ମହାପ୍ରଭୁ ଗଡ ଜଗନ୍ନଥଙ୍କ ଛେରା ପ୍ରହରା କରି ରଥଯାତ୍ରାର କର୍ତ୍ତା ଭାବରେ ସମସ୍ତ ରାଜକୀୟ ପରମ୍ପରା ଅନୁଯାୟୀ ରଥଯାତ୍ରା ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ ।
ଆୟୋଜିତ ଏହି ଉତ୍ସବରେ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର, ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ସ୍ଥାନୀୟ କର୍ପୋରେଟର ଚିତ୍ରସେନ ମହାପାତ୍ର, ଶ୍ରୀ ଜମୁଲା ଶ୍ରୀନିବାସ, ବ୍ରହ୍ମପୁର ମହାନଗର ଦଣ୍ଡ ନାଚ ମହାସଂଘ ଶାଖାର ସଭାପତି ଶ୍ରୀ ଦେଵୀ ପ୍ରସାଦ ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପୁଜକ ଶ୍ରୀ ବାପିନ ଶୁକ୍ଳାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ଶ୍ରୀ ସୁରେନ୍ଦ୍ର କୁମାର ସେନାପତି ପରିଚାଳନା କରିଥିବା ବେଳେ, ବଦ୍ରି ନାରାୟଣ ନାୟକ, ଜି ଉମାପତି ଆଚାରୀଙ୍କ ସମେତ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ଜଗନ୍ନାଥଙ୍କ ଘୋଷଯାତ୍ରାକୁ ସଫଳ କରିବାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ