October 22, 2024
Home » ଗଣିଆ ରେ ଶ୍ରବଣ ଉପକରଣ ବଣ୍ଟନ ଶିବିର

ଗଣିଆ ରେ ଶ୍ରବଣ ଉପକରଣ ବଣ୍ଟନ ଶିବିର

0

ଆଜି ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକର ସଭାଗୃହ ରେ ଓଡିଶା ସରକାର ଙ୍କ ତରଫ ରୁ ଶ୍ରବଣ ବାଧିତ ମାନଙ୍କୁ ମାଗଣାରେ ଉପକରଣ ବଣ୍ଟନ କରାଯାଇଅଛି । ବ୍ଲକର ୮ ଗୋଟି ପଞ୍ଚାୟତ ରେ ଭୀମଭୋଇ ସାମର୍ଥ୍ୟ ଶିବିରରେ ପଞ୍ଜିକୃତ ଶ୍ରବଣ ବାଧିତ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ବିଷୟ ରେ ଜଣାଇ ଦିଆଯାଇଥିଲା ।

 

ସେଥିମଧ୍ୟରୁ ୧୦୦ଜଣ ଆଜିର ଶିବିରରେ ଯୋଗ ଦେଇଥିଲେ । ସେମାନଙ୍କୁ ପୁନର୍ବାର ପରୀକ୍ଷା କରାଯାଇ ମାଗଣାରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଆଜିର ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ବିଡ଼ିଓ ଡଃ ବେବିତାମଞରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ପ୍ରମୁଖ ଉପସ୍ଥିତ ଥିଲେ ।

ଗଣିଆରୁ ବ୍ରଜ କିଶୋର ସାହୁ ଇପିଏ

Leave a Reply

Your email address will not be published. Required fields are marked *