ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି

ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣ ଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ ହୋଇଛନ୍ତି। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ତି ପୂଜା ହେବା ସହ ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ତାର ଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇ ଆଣିବେ। ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନ ଓହ୍ଲାଇ ଖଟ ଉପରେ ବିଜେ କରିବେ। ଭିତରଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ତପ ଉପର ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ବିଧି ରହିଛି।
ସେହିପରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ମାନଙ୍କରେ ନନ୍ଦୋତ୍ସବ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଗତକାଲି ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ଓ ଭାବବିହ୍ବଳ ହୋଇଛନ୍ତି। ତେବେ ଆଜି ନନ୍ଦୋତ୍ସବ ନୀତି ପାଳନ ହେଉଥିବା ବେଳେ ଆସନ୍ତା ଦିନ ମାନଙ୍କରେ ବନ ଭୋଜି ବେଶ, କୋଳି ବିକା ନୀତି, ବକାସୁର, ଅର୍ଘାସୁର ଭଳି ସବୁ ଅସୁର ବଧ ନୀତି ପାଳନ ହେବାର ବିଧି ରହିଛି। ସେହିପରି କାଳୀୟଦଳନ ନୀତି ବେଶ ଠାରୁ କୃଷ୍ଣ ବଳରାମ ବେଶ, ବସ୍ତ୍ରହରଣ, ମଥୁରା ହାଟ ଓ କଂସ ବଧ ନୀତି ଆଦି ପାଳନ ହେବ ବୋଲି କହିଛନ୍ତି ସେବାୟତ।
puri ru soubhagya pattanayak nka report