ଗତିଶ୍ବର ସ୍ନାତକ କଲେଜରେ ବିଶ୍ବ ଏଡସ୍ ଦିବସ ପାଳିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ସ୍ନାତକ କଲେଜରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ମାଝିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁଶାନ୍ତ କୁମାର କର ଯୋଗଦେଇ ଏଡସର କାରଣ ଓ ଏହାର ଭୟାବହତା ଉପରେ ଆଲୋକପାତ କରିଥିବା ବେଳେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ୟୋତିରଞ୍ଜନ ଭୂୟାଁ ଏହାକୁ ପରିଚାଳନା କରିଥିଲେ।

ଏହି ପରିପ୍ରେକ୍ଷୀରେ ଛାତ୍ର/ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ କୋଡିଏକାହାଣିଆ ଓ ଯୈ।ତୁକପାଟଣା ଗ୍ରାମ ପରିକ୍ରମା କରିଥିଲା ବେଳେ, ଏଚ୍ ଆଇ ଭି ସଂକ୍ରମଣର କାରଣ ଓ ଏହାର ନିରାକରଣ ଉପରେ ଲୋକମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରମୋଦ ପ୍ରଧାନ, ଅଧ୍ୟାପିକା ସୂଜାତା ନିଶଙ୍କରାୟ,କନକଲତା ସ୍ବାଇଁ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲା ବେଳେ ପ୍ରକାଶ ମାର୍ଥା,ବିଜୟ କୁମାର ବିଶ୍ବାଳ ଓ ମମତା ପ୍ରଧାନ ସମସ୍ତ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
