ଗାଇସିଲେଟ ବ୍ଳକ ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢ଼ାଉ
ବରଗଡ଼: ଆଜି ସକାଳ ୧୦.୩୦ ରୁ ଗାଇସିଲେଟ ବ୍ଳକ ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA -2003 (ତମାଖୁ ନୀୟନ୍ତ୍ରଣ) ନୀୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୮ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଟ.୩୬୦୦/ – ଜୋରିମାନା ସଂଗ୍ରହ କରାଯିବା ସହ ସବୁ ହୋଟେଲ,ଠେଲାମାନଂକୁ ସଫା ପାଣି ଦେବା, ସଫା ସୁତୁରା ପରିବେଶ ରଖିବା ତଥା ବାସି ଖାଦ୍ୟ ନ ଦେବା, ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା, ଭେଷଜ ବ୍ୟବସାୟୀମାନଙ୍କୁ ନାରକୋଟିକ ଔଷଧଗୁଡ଼ିକୁ ବିନା ଡାକ୍ତରଂକ ପରାମର୍ଶରେ ବିକ୍ରୀ କରିପାରିବେ ନାହିଁ ବୋଲି ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଗଲା ।

ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀମତୀ ସ୍ବାଗତିକା ବେହେରା, ଜିଲ୍ଲା ଭେଷଜ ନିରୀକ୍ଷକ ପ୍ରସନ୍ନଜୀତ ମହାନ୍ତି ଏବଂ ପୋଲିସ ବିଭାଗରୁ ବ୍ରୁନ୍ଦାବତୀ ସାହୁ ଓ ଟିମ ଏବଂ ଅବକାରୀ ବିଭାଗରୁ ଏ ଏସ ଆଇ ମୋହନ କୁମାର ବେହେରା ଓ ଟିମ ଉପସ୍ଥିତଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
