ଗାଧୋଇବା ବେଳେ ଅଘଟଣ: ଭାସି ଯାଇ ଥିବା ସାନ ଭାଇ ମଧ୍ୟ ମୃତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ପଞ୍ଚାୟତ ଅନ୍ତର୍ଗତ ମାଝିମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଗାଧୋଉଥିବା ବେଳେ ନିଖୋଜ ହୋଇ ଯାଇଥିବା ଦୁଇ ଭାଇ ଟିକେଶ୍ୱର ବାରିକ (35) ଓ ନିରଞ୍ଜନ ବାରିକ (30)ଙ୍କ ଶବ ଉଦ୍ଧାର କରିଛି ସ୍ଥାନୀୟ ଅଗ୍ନିଶମ ବାହିନୀ l ଉଭୟ ଦୁଇଜଣ ବ୍ୟକ୍ତି ହେଉଛନ୍ତି ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ଟିକେଶ୍ୱର ବାରିକ (35) ଓ ନିରଞ୍ଜନ ବାରିକ (30) l ବିଲରେ ଚାଷ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳ କୁ ଗାଧୋଇବାକୁ ଯାଇ ଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଥିବାରୁ ସେ ଭାସି ଯାଉଥିବା ଦେଖି ସାନ ଭାଇ ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପାଣି ର ପ୍ରଖର ସ୍ରୋତ ରେ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ମଧ୍ୟ ପାଣିର ଅଧିକ ସ୍ରୋତ ଥିବାରୁ ଉଦ୍ଧାର କରିବା କୁ ସାହସ କରି ନ ଥିଲେ l ତୁରନ୍ତ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରିଥିଲେ l କିନ୍ତୁ ବର୍ଷା ଓ ରାତି ଅନ୍ଧାର ରେ ନିଖୋଜ ଭାଇ ଦ୍ୱୟ ଙ୍କୁ ପ୍ରଥମ ଦିନ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା l ଦ୍ଵୀତୀୟ ଦିନ ସକାଳେ ମୃତ ବଡ ଭାଇ ଟିକେଶ୍ୱର ବାରିକ ଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ରେ ସଫଳ ହୋଇଥିବା ବେଳେ ମୃତ ସାନ ଭାଇ ନିରଞ୍ଜନ ବାରିକ ଙ୍କ ଶବ ଆଜି ତୃତୀୟ ଦିନ ସକାଳେ ନାଳ ର ଦୁଇ କିମି ଦୂରରେ ଉଦ୍ଧାର କରି ଥିବା ଜଣା ଯାଇଛି l ପ୍ରତିକୂଳ ପାଣି ପାଗ ଓ ଗଭୀର ପାଣି ର ପ୍ରଖର ସ୍ରୋତ ସତ୍ତ୍ୱେ ମଧ୍ୟ ଦୀର୍ଘ ୩ ଦିନ ର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଧୈର୍ଯ୍ୟ ଓ କଠିନ ପରିଶ୍ରମ ଯୋଗୁଁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ର ଷ୍ଟେସନ ଅଫିସର ପାଉଲୁଶ କୁଜୁର ଙ୍କ ନେତୃତ୍ଵ ରେ ବିଭାଗ ର କର୍ମଚାରୀ ରଶ୍ମି ରଞ୍ଜନ ବାରିକ, ସନ୍ତୋଷ ବେହେରା, ସୁଜିତ୍ ରାଉତ୍ , ସୁଶୀଲ ମାଝୀ, ଏସ ଏନ୍ ଖୁଣ୍ଟିଆ, ଏନ୍- କେ ସାହୁ, ପି. ମେଣ୍ଟାଲିଟି, ୟୁ ଏସ ଧରୁଆ, ପି. ବର୍ଗେ, ପି. କର୍ଣ୍ଣ ପ୍ରମୁଖ ଙ୍କ ସହଯୋଗ ରେ ମୃତ ଦୁଇ ଭାଇ ଙ୍କ ଶବ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଓ ଆଶା ଆଶଙ୍କା ରେ ଖୁବ ଦୁଃଖ କଷ୍ଟ ରେ ଜୀବନ ବିତାଉ ଥିବା ଏ ଶୋକ ସନ୍ତପ୍ତ ପରିବାର କୁ ପୋଲିସ ଓ ମେଡ଼ିକାଲ ଟିମ୍ ର ସହାୟତାରେ ଦୁଇ ଭାଇ ଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
