July 2, 2025
Home » ଗାନ୍ଧୀ ସ୍ମୃତି ଭବନଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ।

ଗାନ୍ଧୀ ସ୍ମୃତି ଭବନଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ।

0
WhatsApp Image 2025-05-02 at 11.43.07 AM

ମେ ଏକ ତାରିଖକୁ ସମଗ୍ର ବିଶ୍ୱରେ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି। କନ୍ଧମାଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ପଞିକରଣ ଓ ନବୀକରଣ ଉପରେ ଗୁରୁତ୍ୱ ଦେଇଥିଲେ।ଶ୍ରମିକ ମାନଙ୍କ ବିନା ଦେଶର ବିକାଶ ଓ ଉନ୍ନୟନ ଅସମ୍ଭବ।ତେଣୁ ପ୍ରତ୍ୟେକ ଶ୍ରମିକ ସମ୍ମାନ ଓ ମର୍ଯ୍ୟାଦାର ସହ କାମ କରିବାକୁ ସୁଯୋଗ ଦେବା ଆବଶ୍ୟକ।ସମାନ କାମକୁ ସମାନ ମଜୁରୀ,ଦାଦନ ଶ୍ରମିକଙ୍କ ପଞିକରଣ, ଶ୍ରମିକ ମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ହୋଇ ତାର ଉପକାର ପାଇବ, ଶିଶୁ ଶ୍ରମିକ ବନ୍ଦ କରିବା,ଶ୍ରମିକଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା, ମନରେଗା କାର୍ଯ୍ୟକ୍ରମ ସମ୍ପର୍କରେ ଥିବା ସୁବିଧା ସୁଯୋଗ ଇତ୍ୟାଦି ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନେ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ।

ବହୁ କଷ୍ଟ ସହି ସେମାନେ ରାଷ୍ଟ୍ର ଗଠନରେ ସହାୟକ ହୋଇଥାନ୍ତି।ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସଂଘର ଘନ ଶବର,ପ୍ରଫୁଲ୍ଲ ବେହେରା, ବିଜେପି ନେତା ଭଗବାନ ମହାନ୍ତି, ସାଂସଦ ପ୍ରତିନିଧି ଗୋଲେଖ କହଁର ପ୍ରମୁଖ ଯୋଗ ଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ଶୋଷଣ ସମ୍ପର୍କରେ ସୁଚନା ଦେଇଥିଲେ। ଏହି ଅବସରରେ ମୃତ୍ୟୁ କାଳୀନ ସହାୟତା, ବିବାହ, ଉଚ୍ଚ ଶିକ୍ଷା, ପ୍ରସୂତୀ କଳୀନ ସହାୟତା ରାଶି ବାବଦରେ ପ୍ରାୟ ଏକ କୋଟି ଟଙ୍କାର ଚେକ ଓ ଶ୍ରମିକ ପଞିକରଣ କାର୍ଡ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରିଥିଲେ। କେତେକ କ୍ଷେତ୍ରରେ ଶ୍ରମିକ ସଂଘର ଏଜେଣ୍ଟମାନେ ଶ୍ରମିକ ମାନଙ୍କୁ ଠକେଇ କରି ସହାୟତା ରାଶି ହଡପ କରୁଥିବାରୁ ସତର୍କ ରହିବାକୁ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପରାମର୍ଶ ଦେଇଥିଲେ।ଜିଲ୍ଲାରେ କର୍ମଚାରୀ ଅଭାବରୁ ଶ୍ରମିକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦାଦନ ଯାଇ ପ୍ରତି ମାସରେ ଯୁବକମାନେ ଶବ ହୋଇ ଫେରୁଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *