ଗାନ୍ଧୀ ସ୍ମୃତି ଭବନଠାରେ ନଟରାଜ କଳାମନ୍ଦିର ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଫୁଲବାଣୀର ପ୍ରତିଷ୍ଠିତ ଓଡିଶୀ ଅନୁଷ୍ଠାନ ନଟରାଜ କଳାମନ୍ଦିର ପକ୍ଷରୁ ଗାନ୍ଧୀ ସ୍ମୃତି ଭବନଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗଦାଧର ପାତ୍ର,ପିଏ ଆଇଟିଡିଏ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ହରିଶ୍ଚନ୍ଦ୍ର ମହାରାଣା ଓ ବିଜୟ କୁମାର ପଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡଶୀ ନୃତ୍ୟର ମହନୀୟତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ପ୍ରସିଦ୍ଧ ଓଡଶୀ ନୃତ୍ୟ ଶିଳ୍ପୀ ରତିକାନ୍ତ ମହାପାତ୍ରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ନଟରାଜ କଳାମନ୍ଦିରର ସତ୍ୱ।ଧିକାରୀ ବିନୋଦ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅଶୋକ ମହାନ୍ତି ସଂଯୋଜନା କରିଥିଲେ।ନଟରାଜ ର କନିଷ୍ଠ ଓ ବରିଷ୍ଠ ବର୍ଗର କଳାକାରମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ।ନଟରାଜ କଳାମନ୍ଦିର କେବଳ କନ୍ଧମାଳ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି।