December 20, 2025
Home » ଗିର୍ଲିମାଳୀ ‘ ପର୍ବତାରୋହଣ ପ୍ରତିଯୋଗୀତା

ଗିର୍ଲିମାଳୀ ‘ ପର୍ବତାରୋହଣ ପ୍ରତିଯୋଗୀତା

0
WhatsApp Image 2024-12-08 at 2.42.35 PM

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତ ଫୁଲବନ୍ଦ ଗ୍ରାମ ନିକଟସ୍ଥ ଗିର୍ଲିମାଳୀ ପାହାଡ଼ରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୪ ପାଳନ ଉପଲକ୍ଷେ ପର୍ବତାରୋହଣ ପ୍ରତିଯୋଗୀତା ଆୟୋଜିତ ଅନୁଷ୍ଠିତ ହୋଇଯାଇଛି। ଗିର୍ଲିମାଳୀ ଠାରୁ ଦେଓମାଳି ପର୍ଯ୍ୟନ୍ତ ପର୍ବତାରୋହଣ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏଥିରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ।ଏହି ପର୍ବତାରୋହଣ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସାହସିକତା ପର୍ଯ୍ୟଟନ ପାଇଁ ସହଯୋଗ କରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକଙ୍କ ଡି, ସି, ଓ, ପ୍ରୀତିସୁଧା ଜେନା ଡେପୁଟି କୋମାଣ୍ଡାଡେଣ୍ଡ ୨୦୨ ର ୟେତନ୍ଦ୍ର ସିଂ ସହ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ଏଥିରେ ଅନେକ ଯୁବକ ,ଯୁବତୀ ଓ ଭେଟରାନ ମାନେ ଅଂଶ ଗ୍ରହଣ କରିଥିଲେ ।ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପରବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ କୋବ୍ରା ବାଟାଲିୟନର ମିଳିତ ସହଯୋଗରେ ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *