ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସଚେତନତା କର୍ମଶାଳା ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ଗୁଣପୁର ଟାଉନ୍ ହଲ୍ ଠାରେ ଅଦ୍ୟ ତା ୬.୧୨. ୨୦୨୪ ରିଖ ଶୁକ୍ରବାର ଦିନ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟୱାରୀ ,ଗୁଣପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହତା ଶିବିରରେ ଯୋଗ ଦେଇ ଜିଲ୍ଲାପାଳ ବିଦ୍ୟାଳୟ ଓ ଛାତ୍ରାବାସର ସମସ୍ୟା ପଚ଼ାରି ବୁଝିଏହାର ସମାଧାନ କରିବାର ପ୍ରତିଶୃତି ଦେଇଥିଲେ।ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ମେଟ୍ରୋନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦିବସୀୟ ହଷ୍ଟେଲର ଅନ୍ତେବାସୀଙ୍କ ସୁରକ୍ଷା,ନିରାପତ୍ତା , ସ୍ୱାସ୍ଥ୍ୟ, ପରିମଳ ଓ ପରିଛନ୍ନ ନେଇ ସଚେତନତା କର୍ମଶାଳା” ଅନୁଷ୍ଠିତ ହୋଇଥିଲା । ଡିଡବ୍ଲୁଓ କହିଥିଲେ ଯେ,ଛାତ୍ରଛାତ୍ରୀ ଓ କର୍ମକର୍ତାଙ୍କ ସହ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍ତମ ବ୍ୟବହାର ରଖନ୍ତୁ ।
ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ସଜାଗ ରହନ୍ତୁ | ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସିଧା ସଳଖ ଭାବେ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇ ରହନ୍ତୁ ବୋଲି କହିଥିଲେ।
ବିଦ୍ୟାଳୟ ଓ ହଷ୍ଟେଲ ପରିଚାଳନାରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମେଟ୍ରୋନ ତଥା ସ୍ଵାସ୍ଥ୍ୟକର୍ମୀଙ୍କ ଭୂମିକା ଓ ଦାୟିତ୍ୱ ନେଇ ଶ୍ରୀ ସୁରେଶ ଚନ୍ଦ୍ର ଲିମ୍ମା ସମ୍ପୂର୍ଣ୍ଣ କହିଥିଲେ । ମୂଖ୍ୟତଃ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ରେଜିଷ୍ଟାର ବ୍ୟବହାର, ସୁରକ୍ଷା ଓ ନିରପତ୍ତା , ଉଭୟ ଦଳଗତ ଓ ଏକକ ଭାବେ କାଉନସେଲିଙ୍ଗ ତଥା ସି.ସି.ଟି.ଭି.ର ବ୍ୟବହାର ଉପରେ ଗୁରୁତ୍ବ ଦେଇ କହିଥିଲେ ତଥା ହଷ୍ଟେଲର ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ରଖିବାକୁ ଉତ୍ତମ ଚିକିତ୍ସା ପାଇଁ ଓ ଆଇଏଫଏ ବଟିକା ବଣ୍ଟନ ବିଷୟରେ ପରାମର୍ଶ ଦେଇଥିଲେ। ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଦୀର୍ଘ ସମୟ ଧରି ଭିଡ଼ିଓ ଚିତ୍ର ମାଧ୍ୟମରେ ପିଲାମାନଙ୍କ ସ୍ୱାସ୍ଥ୍ୟ,ପରିଷ୍କାର ଓ ପରିଚ୍ଛନ୍ନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଅଶୋକ ମିଶ୍ର ସ୍ୱାସ୍ଥ୍ୟ କର୍ମଚାରୀ ମ୍ୟାଲେରିଆ ନିରାକରଣ ଓ ମଶାରୀର ବ୍ୟବହାର ବିଷୟରେ ବୁଝାଇଥିଲେ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନାରୀ ଶୈଶବ ମାତୃତ୍ଵ , ଆତ୍ମହତ୍ୟାର କାରଣ,ହଷ୍ଟେଲର ରକ୍ଷଣା ବେକ୍ଷଣ ରେକର୍ଡ ଲିପିବଦ୍ଧ ଓ ପ୍ରେରଣ ତଥା କର୍ମକର୍ତ୍ତା ବୈଠକର ରେଜୁଲେସନ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟରେ ଥିବା ଆନୁଷଙ୍ଗିକ ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକ ମାନେ ଲିଖିତ ଭାବେ ଜଣାଇଲେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା ପ୍ରତିଶୃତି ଦେଇଥିଲେ ।
ଗୁଣପୁର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା, ରାୟଗଡ଼ା ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ମମତା ଚୌଧୁରୀ,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁପ୍ତ କୁମାର ଦଳାଇ, ଗୁଣପୁର,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନ୍ନାରୀ ଓ ଜୀବନ କୌଶଳ ଶିକ୍ଷା ନୀରିକ୍ଷକ ଶ୍ରୀ ସୁରେଶ କୁମାର ଲିମ୍ମା , ଗୁଣପୁର ଉପଖଣ୍ଡର ସମସ୍ତ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଗୁଣପୁର ମଙ୍ଗଳ ସଂପ୍ରସାରଣ ଗଙ୍ଗାଧର ବେହେରା , ଶିକ୍ଷକ ଅନନ୍ତ କୁମାର ତ୍ରୀପାଠୀ, ସିଲା ଶ୍ରୀନିବାସ ଓ ମୋହନ କେରି ମେରିକା ସହଯୋଗ କରିଥିବା ବେଳେ କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଶିବିର ପରିଚାଳନା କରିବା ସହ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ