ଗୁଣପୁର ପୈାରପରିଷଦ କେଳେଙ୍କାରୀ ( ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର:-ପୈାର ପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କୁ ହାତ ଵାରିସି କରି ରଖିଛନ୍ତି । ଗୁଣପୁର ପୈାର ପରିଷଦର ଏଭଳି ଜଣେ ଦଲାଲ୍ ହେଉଛି ଦାମୋଦର ମୁଗୁଲିପୁରି । ଗୁଣପୁର ପୈାର ପରିଷଦରେ ଜଣେ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ଭାବେ ଦୀର୍ଘ ଚାରିବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଗୁଣପୁର ପୈାର ପରିଷଦର ବଡ ଆରସିଙ୍ଗଗୁଡା, ୱାର୍ଡ ନମ୍ବର ୧୭ର ସମସ୍ତ ଦାୟିତ୍ବ ବାବୁ ଜଣକ ତୁଲାଇଥାନ୍ତି । ୱାର୍ଡ ବାସୀଙ୍କ କହିବା ମୁତାବକ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଵା ଦାମୋଦର ବାବୁଙ୍କ ପେଷା ଓ ନିଶା । ରାସନ କାର୍ଡ ପାଇଁ ୩୦୦୦ , ସୁଭଦ୍ରା ଯୋଜନା ପାଇଁ ୫୦୦୦ , ପେନସନ ପାଇଁ ୩୦୦୦ , ଆବାସ ଯୋଜନା ପାଇଁ ୫୦୦୦୦ ଏଭଳି ଶୁଳ୍କ ସ୍ଥିର କରିଛନ୍ତି ଦାମୋଦର ଵାବୁ । ଟଙ୍କା ନଦେଲେ କାମ ହେବନାହିଁ ବୋଲି ରୋକ ଠୋକ ମନା କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅଗଷ୍ଟ -୨୦୨୪ ମସିହାରେ ଦିଆଯାଇଥିବା ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ସବୁ ଟଙ୍କା ନଦେବାରୁ ଆଜି ପର୍ଯ୍ୟନ୍ତ ହୋଇପାରିନି । ଅଫିସରେ ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ବାବୁ ଜଣକ ଦରଖାସ୍ତ ଫେରାଇ ଦେଵା କଥା ଗ୍ରାମବାସୀ କହିଛନ୍ତିି । ବାବୁ ଜଣକ ବଡ଼ ଆରସିଙ୍ଗଗୁଡା ଗ୍ରାମରେ ଶୌଚାଳୟ ଦୁର୍ନୀତି , ମୁକ୍ତା ଯୋଜନା ଦୁର୍ନୀତି ରେ ସାମିଲ୍ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ବଡ଼ ଆରସିଙ୍ଗଗୁଡା ଗ୍ରାମର ୬ ଟି ଆବାସ ଘର ବାବଦରେ ଦାମୋଦର ଵାବୁ ଏକ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଗ୍ରାମବାସୀ କହିଛନ୍ତିି । ଟଙ୍କା ଦେଇ ନପାରିଲେ ଏଟିଏମ୍ କାର୍ଡ ନେଇ ଟଙ୍କା ଉଠାନ୍ତି ଦାମୋଦର ଵାବୁ । ଯଦି ରାସ୍ତା , ପାଣି , ବିଜୁଳି , ଶୌଚାଳୟ , ଘର ଏପରି ମୈାଳିକ ସୁବିଧା ପାଈଁ ଲାଞ୍ଚ ଦେବାକୁ ପଡେ, ତେବେ ସରକାରଙ୍କ ଯୋଜନା ସବୁ କାହାପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର ଏଭଳି ଦୁର୍ନୀତି ଗ୍ରସ୍ତ କର୍ମଚାରୀ କୁ ପୈାର ପରିଷଦରୁ ବାହାର କରିବାକୁ ବଡ଼ ଆରସିଙ୍ଗଗୁଡା ଗ୍ରାମଵାସୀ ଦାବି କରିଛନ୍ତି , ନଚେତ ଆଗାମୀ ଦିନରେ ପୈାର ପରିଷଦ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଆମେ ଦାମୋଦର ବାବୁଙ୍କ କେଳେଙ୍କାରୀ ବିଷୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କୁ ଅବଗତ କରାଇଥିଲୁ । ନିର୍ବାହୀ ଅଧିକାରୀ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଅଧ୍ୟାୟର ଦାମୋଦର ବାବୁଙ୍କ ଆଉକିଛି ଦୁର୍ନୀତି ଲୋକଲୋଚନାକୁ ଆଣିବୁ ।
ରାମନାଗୁଡ଼ା ରୁ ଇପିଏ ରୁ ନରସିଂହ ପରିଛା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )