ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ବଡ଼ ଧରଣର ଅଗ୍ନିକାଣ୍ଡ ଅଧାରୁ ବନ୍ଦ ହେଲା ଓଜେଇ ପରୀକ୍ଷା

ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପାଞ୍ଚ ମହଲାରେ ଥିବା ସିଏସଇ ବିଭାଗର କମ୍ପ୍ୟୁଟର ଲ୍ୟାବରେ ଶନିବାର ଅପରାହ୍ନରେ ସର୍ଟ ସର୍କିଟ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛିI ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ୧୪ଟି କମ୍ପ୍ୟୁଟର ଟେବୁଲ୍, ଚେୟାର ,ସିଲିଂ ସର୍ଭର ରୁମ ପୋଡ଼ି ନଷ୍ଟ ହୋଇଯାଇଛି ଯାହା କି ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ଶନିବାର ଏହି ସମୟରେ ଶହେ ଜଣ ଓଜେଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେଉଥିବା ସମୟରେ( ପରୀକ୍ଷା ସରିବା ପାଇଁ ୪୦ ମିନିଟ ଥିଲା) ଘଟଣା ଘଟିଥିବାରୁ ପରୀକ୍ଷା ଅଧାରୁ ବନ୍ଦ କରିଦେବା ସହ ଦ୍ଵିତୀୟ ସିଫ୍ଟରେ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ କରାଗଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଲ୍ୟାବରେ ସର୍ଟ ସର୍କିଟରୁ ଏହିଭଳି ଘଟଣା ଘଟିଥିବା ନେଇ ପ୍ରାଥମିକ ସୂଚନା ମିଳିଥିବା ବେଳେ ଅଗ୍ନିଶମ ବିଭାଗର ରିପୋର୍ଟ ଦାଖଲ ହେବା ପରେ କେତେ ନଷ୍ଟ ହୋଇଛି ତାହା ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ