July 5, 2025
Home » ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶରେ ଶ୍ରୀ ନବୀନ ଜିନ୍ଦଲ ଙ୍କ ଅବଦାନ ଅତୁଳନୀୟ

ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶରେ ଶ୍ରୀ ନବୀନ ଜିନ୍ଦଲ ଙ୍କ ଅବଦାନ ଅତୁଳନୀୟ

0
WhatsApp Image 2025-06-09 at 4.22.30 AM

ଜେଏସପିର ସଭାପତି ତଥା ଗ୍ରୁପ ମୁଖ୍ୟ ସିଏସଆର ଏଣ୍ଡ ଏଜୁକେସନ ଶ୍ରୀ ପ୍ରଶାନ୍ତ ହୋତା, କର୍ପୋରେଟ ଯୋଗାଯୋଗ ବିଭାଗ, ସିଏସଆର ଓ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

କାଶିଆ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ତାଙ୍କ ଧନ୍ୟବାଦ ଅଭିଭାଷଣରେ ଆଞ୍ଚଳିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ସେ ଉପସ୍ଥିତ ସମସ୍ତ ଅତିଥି, ହିତଧାରୀ, ଜେଏସପି କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ନାଗରିକ ଶ୍ରୀ ମଦନ ବେହେରା, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼,ଯଦୁମଣି ବାରିକ,ପୁର୍ବତନ ସରପଞ୍ଚ କସ୍ତୁରୀ ଓରାମ , କମ୍ପାନିର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଗୌତମ ମାଲହୋତ୍ରା, ଶ୍ରୀ ରାଜେଶ ନାୟାର, ଶ୍ରୀ ଅଶୋକ ମହାନ୍ତ ଓ ଶ୍ରୀ ଆଶିଷ ପାଣ୍ଡେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ତ୍ରିରଙ୍ଗା ଉତ୍ସବରେ ସାମିଲ ହେବା ଓ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶରେ ଅତୁଳନୀୟ ଅବଦାନ ଥିବା ଶ୍ରୀ ନବୀନ ଜିନ୍ଦଲଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖିବା ତାଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ୍ତ ବୋଲି ସ୍ଥାନୀୟ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ପ୍ରିୟା ମୁଣ୍ଡା କହିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *