ଗୁଣ୍ଡିଚାପଡ଼ାରେ ପାରମ୍ପରିକ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜାର ଭବ୍ୟ ଆରମ୍ଭ
ପରମ୍ପରାର ପୁନର୍ଜୀବନ — ୬ତମ ବର୍ଷରେ ପ୍ରବେଶ
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାରେ ପାରମ୍ପରିକ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା ଏହି ବର୍ଷ ଭବ୍ୟ ଉଦ୍ଘାଟନ ମଧ୍ୟରେ ଆରମ୍ଭ ହୋଇ ଯାଇଅଛି। ପାରମ୍ପରିକ ରୀତିନୀତି ଓ ଧାର୍ମିକ ଶୃଙ୍ଖଳାକୁ ଅନୁସରଣ କରି ୧ ନଭେମ୍ବରରୁ ୫ ନଭେମ୍ବର ପର୍ଯ୍ୟନ୍ତ ଏହି ପୂଜା ପାଳିତ ହେଉଛି। ୨୦୨୦ରୁ ଗ୍ରାମ ଯୁବମାନଙ୍କ ପ୍ରୟାସରେ ପୁନର୍ଜୀବିତ ହୋଇଥିବା ଏହି ପରମ୍ପରା ଏବେ ୬ତମ ବର୍ଷକୁ ପ୍ରବେଶ କରିଛି। ପୂଜା କାର୍ଯ୍ୟକ୍ରମରେ କମଗରା ଗ୍ରାମର ପଣ୍ଡିତ ମନ ସୁମନ ମିଶ୍ର ପୁରୋହିତ୍ୟ ପାଳନ କରୁଥିବାବେଳେ, ଶ୍ରୀ ରଞ୍ଜିତ କୁମାର ସାହୁ କର୍ତ୍ତାଭାବେ ପାରମ୍ପରିକ ପଦ୍ଧତିଅନୁଯାୟୀ ସମସ୍ତ ନୀତିନୀୟମ ପାଳନ ସହ ପୂଜା ସଂପାଦନ କରୁଛନ୍ତି। ପଞ୍ଚଦିନିଆ କାର୍ଯ୍ୟକ୍ରମରେ ଶୁଭ କଳଶ ଯାତ୍ରା, ଦୈନିକ ଆରତି, ହୋମ–ଯଜ୍ଞ, ଭଜନ–କୀର୍ତ୍ତନ, ସାଂସ୍କୃତିକ ପ୍ରଦର୍ଶନୀ ଆଦି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଗ୍ରାମବାସୀଙ୍କ ସହଯୋଗ ଓ ଯୁବମାନଙ୍କ ଉଦ୍ୟମରେ ପୂଜା ମଣ୍ଡପ ପରିସରରେ ଉଲ୍ଲାସମୟ ପରିବେଶ ସୃଷ୍ଟି ହୋଇଛି। ଚାରିପାଖ ଅଞ୍ଚଳରୁ ଆସୁଥିବା ଭକ୍ତମାନେ ମଧ୍ୟ ନିଜ ଭକ୍ତି ଓ ଉତ୍ସାହରେ ଆଗ ହୋଇ ଯୋଗଦେଉଛନ୍ତି। କର୍ତ୍ତା ଶ୍ରୀ ରଞ୍ଜିତ କୁମାର ସାହୁ କହିଛନ୍ତି – ଏହି ପୂଜା ଆମ ଗ୍ରାମର ଧାର୍ମିକ ପରମ୍ପରା କେବଳ ନୁହେଁ, ଏକତା, ଭାଇଚାରା ଓ ସମୂହ ଉନ୍ନୟନର ପ୍ରତୀକ। ଯୁବମାନଙ୍କ ଅଗ୍ରଣୀ ଭୂମିକା, ବୃଦ୍ଧମାନଙ୍କ ନିର୍ଦ୍ଦେଶନା ଓ ଗ୍ରାମବାସୀଙ୍କ ସମୁହ ସହଯୋଗ ଆମକୁ ପ୍ରେରଣା ଦେଉଛି। ଏହି ପବିତ୍ର ପରମ୍ପରା ଆଗାମୀ ପିଢ଼ୀ ପାଇଁ ମଧ୍ୟ ଅବିଚ୍ଚିନ୍ନ ରହୁ — ଏହା ଆମର ଆଶା।”
ପୂଜା କମିଟି ପକ୍ଷରୁ ୫ ନଭେମ୍ବର ତାରିଖର ବିଶେଷ ପୂଜା ଓ ପ୍ରସାଦ ବଣ୍ଟନରେ ସମସ୍ତ ଭକ୍ତମାନଙ୍କୁ ଯୋଗଦେବା ପାଇଁ ବିନମ୍ର ଆମନ୍ତ୍ରଣ ଜଣାଇଯାଇଛି।
kamkhyanagar epa ru rajkishor rout nka report
