January 31, 2026
Home » ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ୭୭ତମ ସାଧାରଣତନ୍ତ୍ର ଦିବସ

ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ୭୭ତମ ସାଧାରଣତନ୍ତ୍ର ଦିବସ

0
WhatsApp Image 2026-01-27 at 10.47.31 AM

 ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନନ୍ଦ, ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ସମୁଦାୟର ସଭାପତି ସୁଲେମାନ ଅଲ୍ଲୀ ଖାଁ ଗରିମାମୟ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ପତାକା ଉତ୍ତୋଳନ ପରେ ସେ ସଭାରେ ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଭାରତୀୟ ସମ୍ବିଧାନ ଆମକୁ ଏକତା, ସମାନତା ଓ ଭାଇଚାରାର ଅଧିକାର ଦେଇଛି । ଏହି ସମ୍ବିଧାନ ହେଉଛି ଦେଶର ମୂଳ ଶକ୍ତି, ଯାହା ସମସ୍ତ ନାଗରିକଙ୍କୁ ଧର୍ମ, ଜାତି, ଭାଷା ଓ ଶ୍ରେଣୀଭେଦ ଉପରେ ଉଠି ଏକତାର ସୂତ୍ରରେ ବାନ୍ଧି ରଖିଛି ।

ଏହା ସହିତ ଗୁଣ୍ଡିଚାପଡ଼ାର ଶାରଳା କ୍ଲବ୍ ଠାରେ ମୌଲବୀ ମୁଜାଫର ଖାଁ, ଗୁଣ୍ଡିଚାପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଚିନ୍ ନାୟକ, ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶ୍ରୀମତୀ ସୁଜାତା ସାହୁ ଏବଂ ନାର୍ଭେରାମ ୱାର୍କର ୟୁନିଅନ କାର୍ଯ୍ୟାଳୟରେ କାର୍ତ୍ତିକ କୁମାର ସାହୁ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହାନ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଦିନଭରି ଗ୍ରାମର କୋଣକୋଣରେ ଛାତ୍ରଛାତ୍ରୀମାନଙ୍କ “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ” ନାରାରେ ସମ୍ପୂର୍ଣ୍ଣ ଅଞ୍ଚଳ ଦେଶପ୍ରେମର ଉତ୍ସାହରେ କମ୍ପି ଉଠିଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସମୁଦାୟ ସଦସ୍ୟ, ବୃଦ୍ଧ, ଯୁବକ ଓ ଶିଶୁମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଦେଶର ଶାନ୍ତି, ସମୃଦ୍ଧି ଓ ସମସ୍ତ ନାଗରିକଙ୍କ ମଙ୍ଗଳ କାମନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *