ଗୁଣ୍ଡିଚା ବିହାର ର ବିଭିନ୍ନ ଅସୁବିଧା ବୁଲି ଦେଖିଲେ ପୌରଧିକାରୀ l

ମଙ୍ଗଳବାର ସନ୍ଧ୍ୟାରେ ଗୁଣ୍ଡିଚା ବିହାର ଅଞ୍ଚଳର ବିଭିନ୍ନ ଅସୁବିଧା ଗୁଡିକ ବୁଲି ସମୀକ୍ଷା କରିଲେ ପୁରୀ ମୁନିସିପାଲିଟି ଅଧିକାରୀ ଅଭିମନ୍ୟୁ ବେହେରା l ପୁରୀ ୨୮ନମ୍ବର ୱାର୍ଡର ପୂର୍ବତନ କାଉଁସିଲର ତଥା ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦର ସଭାପତି ପ୍ରଦୀପ୍ତ କୁମାର ନାୟକଙ୍କ ସହିତ ପୌରାଧିକାରୀ ଅଭିମନ୍ୟୁ ବେହେରା ଏବଂ ଗୁଣ୍ଡିଚା ବିହାରର ଶତାଧିକ ବୁଦ୍ଧିଜୀବୀ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦାନ କରି ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ ପରିସରରେ ଡ୍ରେନେଜ, ଇଲେକ୍ଟ୍ରି ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କିଭଳି କରାଯିବ ତାହା ଉପରେ ଆଲୋଚନା କରିବା ସହିତ ଗୁଣ୍ଡିଚା ବିହାର ର ପ୍ରତି ଗଳିକନ୍ଦି ବୁଲି କାର୍ଯ୍ୟ ଗୁଡିକ ର ସମୀକ୍ଷା କରିଥିଲେ ପୌରାଧିକାରୀ ଅଭିମନ୍ୟୁ ବେହେରା l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )