November 19, 2025
Home » ଗୁମୁଡ଼ା ବଂଶଧାରା ନଦୀରେ ଯାଆଁଳା ମାଛ ଛଡ଼ାଗଲା

ଗୁମୁଡ଼ା ବଂଶଧାରା ନଦୀରେ ଯାଆଁଳା ମାଛ ଛଡ଼ାଗଲା

0
WhatsApp Image 2025-04-21 at 5.56.32 PM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଭାମିନି ପଞ୍ଚାୟତ ଅଧୀନରେ ଥିବା ଗୁମୁଡ଼ା ବଂଶଧାରା ନଦୀରେ 7.5 ଲକ୍ଷ ମାଛ ଯାଆଁଳା ଛଡ଼ାଗଲା l ରାୟଗଡା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବଂଶଧାରା ନଦୀରେ ସାତ ଲକ୍ଷ ପଚାଶ ହଜାର ମାଛ ଯାଆଁଳା ଛଡ଼ାଗଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ଉକାମ୍ବା ମେନକା ସବର, ଏମ.ବି.କେ, ସି.ଆର.ପି ମାନଙ୍କ ସମେତ , ରାମନାଗୁଡ଼ା ବ୍ଲକ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ୪୦ ରୁ ଉର୍ଧ୍ଵ ମହିଳା ସଦସ୍ୟା, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ବ୍ୟବସାୟୀ ମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ ସଭାପତିତ୍ବ କରିଥିବା ବେଳେ ବିଭିନ୍ନ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ନଦୀ ଭଣ୍ଡାର ରୁ ମାଛ ବଂଶ ଧୀରେ ଧୀରେ ଲୋପ ପାଇଯାଉଥିବାରୁ ରାଜ୍ୟ ସରକାର ଙ୍କ ଦ୍ୱାରା ଏହି ନଦୀ ଭଣ୍ଡାରରେ ମାଛ ଜାଅଁଳା ଛାଡିବା କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ, ଯାହାକି ନଦୀରୁ ମାଛ ଧରି, ଜୀବିକା ନିର୍ବାହ କରୁଥିବା ଲୋକ ମାନଙ୍କର ଆୟ ବୃଦ୍ଧି କରିବା ରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ରାମନାଗୁଡା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ବର୍ଷା ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *