October 23, 2025
Home » ଗୁମୁରି ଗୁମୁରି କାନ୍ଦୁଛି ଗୁମୁଡୁମହା:ଯନ୍ତ୍ରଣା କାହାଣୀ ଶୁଣିବ କିଏ ?

ଗୁମୁରି ଗୁମୁରି କାନ୍ଦୁଛି ଗୁମୁଡୁମହା:ଯନ୍ତ୍ରଣା କାହାଣୀ ଶୁଣିବ କିଏ ?

0
WhatsApp Image 2025-08-29 at 10.52.22 AM

ସରକାର ପରେ ସରକାର ବଦଳିଲା ହେଲେ ଦୁର୍ଗମ ମାଓପ୍ରବଣ ଅଞ୍ଚଳ ଗୁମୁଡୁମାହା ଗାଁର ଅକୁହା ଯନ୍ତ୍ରଣା କାହାଣୀ ଶୁଣିବ କିଏ ?  ଗୁଳିକାଣ୍ଡର ୯ ବିତି ଯାଇଥିଲେ ସୁଦ୍ଧା ସରକାରଙ୍କ ପ୍ରତିଶ୍ରୁତି କେବଳ କାଗଜ କଲମରେ ରହିଛି। ଲୋମ ହର୍ଶକ ଘଟଣା ଘଟିବା ପରେ ଗାଁକୁ ଛୁଟିଥିଲା ନେତା ଠାରୁ ଯନ୍ତ୍ରୀ, ପ୍ରଶାସନଠାରୁ ସାଧାରଣ ଜନତାଙ୍କ ସୁଅ। ଆଉ ଅଜାଡ଼ି ଦିଆଗଲା ଅଜସ୍ର ପ୍ରତିଶ୍ରୁତି । ମାଓବାଦୀ ଭାବି ଯବାନଙ୍କ ଗୁଳିରେ ଚାଲି ଯାଇଥିଲା ୫ ନିରୀହ ଜୀବନ। ଓ କାନ୍ଦ ବୋବାଳି ଫାଟି ପଡୁଥିଲା ଗାଁ କୋହରେ ବୁଡ଼ି ଯାଇଥିଲା ସେହି ଦୁର୍ଗମ ଗାଁ । ଏହି ଘଟଣା ସେତେବେଳେ ଜାତୀୟ ପ୍ରସଙ୍ଗ ହୋଇଥିଲା। ସରକାର ଅପ୍ରୀତିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ I ନିରୀହ ଜୀବନ ଚାଲିଯିବା ପରେ ସମବେଦନାର ସ‌ହ ସହାୟତାର ପ୍ରତିଶ୍ରୁତିରେ ଗ୍ରାମବାସୀଙ୍କୁ ପୋତି ଦେଇଥିଲେ ସରକାର। କିନ୍ତୁ ଏହି ୯ ବର୍ଷ ଭିତରେ ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅଧିକାଂଶ ପାଳନ ହୋଇନଥ୍‌ବା ସାମ୍ପ୍ରତିକ ଗାଁ ସ୍ଥିତିରୁ ଜଣାପଡ଼ିଛି।
୨୦୧୬ ଜୁଲାଇ ୮ ତାରିଖରେ କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡୁମାହା ଗ୍ରାମବାସୀ ମନରେଗା ବାବଦ ଟଙ୍କା ନିକଟସ୍ଥ ଗାଁର ଏକ ବ୍ୟାଙ୍କରୁ ଉଠାଇ କିଛି ଘରକରଣା ସାମଗ୍ରୀ କିଣାକିଣି କରି ଏକ ଅଟୋରେ ଫେରୁଥିଲେ । ଗାଁ ନିକଟ ଏକ କଲଭର୍ଟ ନିକଟରେ କାଦ ପାଙ୍କୁଆ ମାଟିରେ ଅଟୋଟି ଫସି ଯାଇଥିଲା ତାପରେ ଅଟୋରେ ବସିଥିବା ଲୋକ ମାନେ ଅଟୋରୁ ଉଲ୍ଲେଇ ଅଟୋକୁ ପଛ ପଟରୁ ଧକ୍କା ମାରିବାକୁ ଉଦ୍ୟମ କରୁଥିବା ବେଳେ ଆଖିବୁଜା ଗୁଳିଚାଳନା କରିଥିଲେ ଛପି ରହିଥିବା ସୁରକ୍ଷା କର୍ମୀ ।ସୂଚନା ଯୋଗ୍ୟ ଯେ ଯବାନମାନେ ମାଓବାଦୀ ଭାବି ଆଖବୁଜା ଗୁଳିଚାଳନ କରିଥିଲେ ଏହି ଗୁଳିକାଣ୍ଡରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହ ଆଦିବାସୀଙ୍କ ଜୀବନ ଚାଲିଯାଇଥିଲା। ସେମାନେ ମଧ୍ୟରୁ ଗୁମୁଡୁମାହାର କୁକାଲା ଦିଗାଳ,ଗିହେଜ ଦିଗାଳ ଗାଳ(୧୩ମାସର ଶିଶୁ), ମିଡିଆଲି ମଳିକ,ବିଡିମୁନି ମଳି ମଳିକ ଓ କିମୁରି ମଳିକଙ୍କ ଜୀବନ ଚାଲି ଯାଇଥିଲା ଓ ୭ଜଣ ଗୁରୁତର ହୋଇଥିଲେ |

 

ଗ୍ରାମକୁ  ରାସ୍ତା ନଥିଲା। କେବଳ କୁର୍ତ୍ତମଗଡ଼ଠାରୁ ଗୁମୁଡୁମାହାକୁ ପ୍ରାୟ ୧୦କିମି ଅଙ୍କାବଙ୍କା ଢେପଖାଲ ଚଲା ରାସ୍ତା ଥୂଲା । ତଥାପି ଘଟଣା ପରେ ଗ୍ରାମକୁ ସରକାରୀ କଳ, ନେତା, ମନ୍ତ୍ରୀ, ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟିଥିଲା । ରାସ୍ତା ନଥୂବାରୁ ସେହି ସମଯରେ ମନ୍ତ୍ରୀ, ଯନ୍ତ୍ରୀ, ନେତା ଓ ପ୍ରଶାସନି ସନିକ ଅଧିକାରୀମାନେ ଟ୍ରାକ୍ଟର ଡାଲା ଓ ଶଗଡ଼ରେ ଅଧାରେ ଅଟକିଛି ପ୍ରତିଶ୍ରୁତି ଗାଁକୁ ଯାଇ ସ୍ଥିତି ପରଖୁଥିଲେ। ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କରିଥିଲା। ମୌଳିକ ସୁବିଧାରସୁଯୋଗରୁ ବଞ୍ଚିତ ଗୁମୁଡୁମାହାକୁ ରାଜ୍ୟ ସରକାର ରାସ୍ତା, ବିଜୁଳି, ପାନୀୟ ଜଳ, ସ୍ଵାସ୍ଥ୍ୟସେବା ସମେତ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ଯଦିଓ କିଛି ମୌଳିକ ଆବଶ୍ୟକତା ପୂରଣ ହୋଇଛି ତଥାପି ଅନ୍ୟ କିଛି ମୁଖ୍ୟ ଦାବି, ନ୍ୟାୟ ଅପେକ୍ଷାରେ ରହିଛି ଗୁମୂମୁଡ଼ିମହା। ଅପରପକ୍ଷେ ରାଜ୍ୟ ସରକାର ଏହି ଲୋମହର୍ଷକ ଘଟଣାର ତଦନ୍ତ ପାଇଁ ତତ୍କାଳୀନ ବିଚାରପତି ମହମ୍ମଦ ଆଜମଲଙ୍କ ନେତୃତ୍ୱରେ ଏକ କମିସନ ବସାଇଥିଲେ। ୨୦ ଟି ସତ୍ୟପାଠ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କମିସନ ୧୦୪ ପୃଷ୍ଠାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ; କିନ୍ତୁ କମିସନଙ୍କ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇନି।
ସ୍ମୃତିସ୍ତମ୍ଭ ପ୍ରତିଷ୍ଠା କରି ଗାଁବାସୀ ପ୍ରତ୍ୟେକ ବର୍ଷ ଜୁଲାଇ ୮ତାରିଖରେ ଶ୍ରାଦ୍ଧ ଦିବସ ପାଳୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ପୀଡ଼ିତଙ୍କ ପରିବାରକୁ କୌଣସି ନ୍ୟାୟ ମିଳିପାରିନି। ସବୁ ମୃତକଙ୍କ ପରିବାରକୁ ସରକାରୀ ପିଅନ ଚାକିରି, ୨ଲକ୍ଷ ଟଙ୍କା ଏବଂ ଆବାସ ଯୋଜନାରେ ଘର ଦିଆଯାଇଛି; କିନ୍ତୁ ଚାକିରି ନିୟମିତ ହୋଇନି। କୁର୍ଭମଗଡ଼ଠାରୁ ଗୁମୁଡୁମାହାକୁ ଯୁଦ୍ଧକାଳୀନ ଭିଭିରେ ନିର୍ମାଣ କରାଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ I ପରମପାଙ୍ଗାଠାରୁ ଗୁମୁଡୁମାହା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ଦେଢ଼ବର୍ଷ ତଳେ ନିର୍ମାଣ ହୋଇଥିଲା ଲା । ଏବେ ଏହି ରାସ୍ତାରୁ ପିଚୁ ଉଠିଗଲାଣି। ଗାଁକୁ ଗାଁକୁ ଯିବା ବେଳେ ବାଟରେ ପଡୁଥ‌ିବା ବୁଢାନଇ ଠାରେ ଏକ ଏକ ପୋଲ ନିର୍ମାଣ କରାଯାଇଛି; କିନ୍ତୁ ପୋଲର ଉଭୟ ପାର୍ଶ୍ଵର ମାଟି ଧୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ କରାଯାଇଛି। କିନ୍ତୁ ଗ୍ରାମର ମୋଟ ୫ ସାହିରୁ ୩ ୩ ସାହିଟ ସାହିବାସିନ୍ଦା ପାନୀୟ ୟ ଜଳ ପାଉଛନ୍ତି । ଘଟଣା ପରେ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲେ ହେଁ ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ-ଭୋଲଟେଜ ଜ ସମସ୍ୟା ଲାଗି ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପ୍ରତିଶ୍ରୁତି ଶୂନ୍ୟରେ ମିଳେଇ ଯାଇଛି। । ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରାଯି ରାଯିବା, ମୃତକଙ୍କ ପରିବାର ରକୁ ୫୦ଲକ୍ଷ ଟଙ୍କା, ଆହତଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଓ ଚାକିରି ପାଇଥିବା ଲୋକଙ୍କୁ ନଙ୍କୁ ନିୟମିତ କରିବା, ଗ୍ରାମରେ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ସ୍ଥାପନ, ସବାଶ୍ରମ, ଖେଳପଡ଼ିଆ ଓ ଗାଁକୁ ବସ୍‌ସେବା ପାଇଁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଦାବି ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ତେଣୁ ସିଧା କଥାରେ ଯଦି କହିବା ଆଜି ପର୍ଯ୍ୟନ୍ତ କିଛି ପ୍ରତିଶ୍ରୁତି କେବଳ କାଗଜ କଲମରେ ରେ ଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *