ଗୁରହାଣ୍ଡି ଯୋରରେ ଭାସିଯାଇ ମହିଳାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଯୁଲୁଣ୍ଡା ପଞ୍ଚାୟତ ଅମାମୁଣ୍ଡା ଗ୍ରାମର ସରସ୍ଵତୀ ପଧାନ (୭୫)ଙ୍କ ଗୁରହାଣ୍ଡି ଯୋରରେ ଭାସିଯାଇ ମୃତ୍ୟ ଘଟିଛି । ସେ ଯୁଳୁଣ୍ଡା – କପାସିରା ରେ ଥିବା ଗୁରହାଣ୍ଡି ଯୋର କୁ ଯାଇଥିଲେ । ଯାହାଫଳରେ ସେଠାରେ ଅସାବଧାନତା ବଶତଃ ପ୍ରଖର ସ୍ରୋତରେ ପଡ଼ି ଭାସି ଯାଇଥିଲେ । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଯୋରରେ ବହୁ ସମୟ ଖୋଜା ଖୋଜି କରି ବୃଦ୍ଧାଙ୍କ ଶବ ଉଦ୍ଧାର କରିଥିଲେ। ଲଛିପୁର ପୁଲିସ ମୃତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…